ରାଜ୍ୟରେ ଆଜି କରୋନାରୁ ୧୬୩୦ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୯

ରାଜ୍ୟରେ ଆଜି କରୋନାରୁ ୧୬୩୦ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୯

cdc

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରୁ ଆଜି ୧୬୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୩୨୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୭୧୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ ୧୪୮, ବାଲେଶ୍ୱରରୁ ୧୨୯, ପୁରୀରୁ ୯୦, ଜଗତସିଂହପୁରରୁ ୮୭, ଯାଜପୁରରୁ ୭୭, କୋରାପୁଟରୁ ୭୩, ଭଦ୍ରକରୁ ୬୯, ସୁନ୍ଦରଗଡ଼ରୁ ୬୩, ଢେଙ୍କାନାଳରୁ ୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ମୟୂରଭଂଜରୁ ୪୬, ଅନୁଗୁଳରୁ ୩୮, ନୟାଗଡ଼ରୁ ୩୧, କନ୍ଧମାଳରୁ ୨୭, ରାୟଗଡ଼ାରୁ ୨୧, କେନ୍ଦୁଝରରୁ ୧୮, ସମ୍ବଲପୁରରୁ ୧୨, ବରଗଡ଼, ନବରଂଗପୁର ରୁ ୧୦, ଗଂଜାମରୁ ୯, ଦେବଗଡ଼, ସୁବର୍ଣ୍ଣପୁରରୁ ୮-୮, ଗଜପତିରୁ ୬, କଳାହାଣ୍ଡିରୁ ୫, ମାଲକାନଗିରିରୁ ୪, ଝାରସୁଗୁଡ଼ା, ନୂଆପଡ଼ାରୁ ୩-୩, ବଲାଙ୍ଗୀର, ବୌଦ୍ଧରୁ ୨-୨ ଓ ରାଜ୍ୟପୁଲରୁ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe