ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୬୩୯, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧

Advertisment
ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୬୩୯, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧ ହଜାର ୬୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୩ ହଜାର ୧୦୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୪୦ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୧୨୧, ରାୟଗଡ଼ାରୁ ୮୪, ବଲାଙ୍ଗୀରରୁ ୮୨, କୋରାପୁଟରୁ ୭୯, ଯାଜପୁରରୁ ୬୪, ଦେବଗଡ଼ରୁ ୫୫, ପୁରୀରୁ ୫୪, ଅନୁଗୁଳ ଓ ସୁବର୍ଣ୍ଣପୁରରୁ ୫୩ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱର, ଜଗତସିଂହପୁରରୁ ୪୯ ଲେଖାଏଁ, ଗଜପତିରୁ ୪୫, କଳାହାଣ୍ଡି, ମୟୂରଭଂଜରୁ ୪୦ ଲେଖାଏଁ, ନୟାଗଡ଼ରୁ ୩୭, ବୌଦ୍ଧରୁ ୩୧, କେନ୍ଦ୍ରାପଡ଼ାରୁ ୨୯, ଢେଙ୍କାନାଳ, ନବରଂଗପୁରରୁ ୨୩ ଲେଖାଏଁ, କନ୍ଧମାଳ, ନୂଆପଡ଼ଶରୁ ୨୨-୨୨, ଗଂଜାମ, କେନ୍ଦୁଝର, ସମ୍ବଲପୁରରୁ ୨୧ ଲେଖାଏଁ, ବରଗଡ଼, ଭଦ୍ରକରୁ ୨୧-୨୧, ମାଲକାନଗିରିରୁ ୬, ଝାରସୁଗୁଡ଼ାରୁ ୨ ଓ ରାଜ୍ୟପୁଲରୁ ୪୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe