ଆଜି ସୁସ୍ଥ ହେଲେ ୧୬୪୧ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୪୮,୫୭୬

Advertisment
ଆଜି ସୁସ୍ଥ ହେଲେ ୧୬୪୧ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୪୮,୫୭୬

ଭୁବନେଶ୍ୱର: ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ଆଜି ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ୫୭୬ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୩୫୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୧ ଜଣ, ଯାଜପୁର ଜିଲ୍ଲାରୁ ୮୬ ଜଣ, ଗଜପତି ଜିଲ୍ଲାରୁ ୬୫ ଜଣ, କଟକ ଜିଲ୍ଲାରୁ ୬୩ ଜଣ, କୋରାପୁଟ ଜିଲ୍ଲାରୁ ୬୩ ଜଣ, ମୟୂରଭଂଜ ଜିଲ୍ଲାରୁ ୬୦ ଜଣ ଓ କନ୍ଧମାଳ ଜିଲ୍ଲାରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ରାୟଗଡ଼ା ଜିଲ୍ଲାରୁ ୪୨ ଜଣ, ନୟାଗଡ଼ ଜିଲ୍ଲାରୁ ୪୧ ଜଣ, ମାଲକାନଗିରି ଜିଲ୍ଲାରୁ ୩୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧ ଜଣ, କେନ୍ଦୁଝର ଜିଲ୍ଲାରୁ ୨୯ ଜଣ, ବରଗଡ଼ ଜିଲ୍ଲାରୁ ୨୫ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୧ ଜଣ, ପୁରୀ ଜିଲ୍ଲାରୁ ୨୧ ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୧ ଲକ୍ଷ ୧୫ ହଜାର ୯୪୭ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୭୦ ହଜାର ୨୦ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୪୮ ହଜାର ୫୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୮୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe