ଖୋର୍ଦ୍ଧା ଜିଲ୍ଲାରୁ ୨୨୨ ଜଣଙ୍କ ସମେତ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୯୦୮ ଆକ୍ରାନ୍ତ

Advertisment
ଖୋର୍ଦ୍ଧା ଜିଲ୍ଲାରୁ ୨୨୨ ଜଣଙ୍କ ସମେତ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୯୦୮ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୨୨୨ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନାରୁ ୧ ହଜାର ୯୦୮ ଜଣ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ୩୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୧୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୨ ଜଣ, କଟକ ଜିଲ୍ଲାରୁ ୧୦୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୯ ଜଣ, ମୟୂରଭଂଜ ଜିଲ୍ଲାରୁ ୮୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୭୩ ଜଣ, ନୂଆପଡ଼ା ଜିଲ୍ଲାରୁ ୬୮ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୯ ଜଣ, ଯାଜପୁର ଜିଲ୍ଲାରୁ ୪୮ ଜଣ, ପୁରୀ ଜିଲ୍ଲାରୁ ୪୭ ଜଣ, ନବରଂଗପୁର, ସମ୍ବଲପୁର ଜିଲ୍ଲାରୁ ୪୫ ଜଣ ଲେଖାଏଁ, କନ୍ଧମାଳ, କେନ୍ଦୁଝର ଜିଲ୍ଲାରୁ ୪୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼, ସୁବର୍ଣ୍ଣପୁର ଜିଲ୍ଲାରୁ ୩୭ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୩୫ ଜଣ, ରାୟଗଡ଼ା ଜିଲ୍ଲାରୁ ୩୪ ଜଣ, କୋରାପୁଟ ଜିଲ୍ଳାରୁ ୩୩ ଜଣ, ବୌଦ୍ଧ ଜିଲ୍ଲାରୁ ୩୨ ଜଣ, ନୟାଗଡ଼ ଜିଲ୍ଲାରୁ ୩୦ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ଗଂଜାମ ଜିଲ୍ଲାରୁ ୨୦ ଜଣ, ଗଜପତି ଜିଲ୍ଲାରୁ ୫ ଜଣ, ଦେବଗଡ଼ ଜିଲ୍ଲାରୁ ୩ ଜଣ ଓ ରାଜ୍ୟପୁଲରୁ ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe