ଆଉ ୨ ଦିନ ଶୀତ ଲହରୀ, ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଗୁରୁବାରରୁ ପାଗ ଶୁଖିଲା: ଶେଷ ସପ୍ତାହରୁ ଶୀତ

Skymet Weather

ଭୁବନେଶ୍ବର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବ। ଏଣୁ ୨୪ ଓ ୨୫ ତାରିଖ ପାଇଁ ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଅଞ୍ଚାଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୨୪ ଘଣ୍ଟାରେ ଓଡ଼ିଶ‌ାରେ ପାଗ ମୁଖ୍ୟତଃ ଶୁଖିଲା ଥିଲା। ଏହି ସମୟରେ ଫୁଲବାଣୀର ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରି ସେଲ୍‌ସିୟସ୍‌ ରହିଥିଲା। ଏହାଛଡ଼ା ଓଡ଼ିଶାର ୧୨ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରିରୁ କମ୍‌ ରହିଥିଲା। ଦାରିଙ୍ଗବାଡ଼ିରେ ୫ ଡିଗ୍ରି, ଅନୁଗୁଳଠାରେ ୫.୬, କୋରାପୁଟ ଓ ସୁନ୍ଦରଗଡ଼ଠାରେ ୭ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଆଜି ସକାଳ‌େ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ଅନୁସାରେ ଅନୁଗୁଳଠାରେ ତୀବ୍ର ଶୀତ ଲହରୀ ଅନୁଭୂତ ହୋଇଛି। ଏଠାରେ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୭.୯ ଡିଗ୍ରି ସେଲ୍‌ସିୟସ୍‌ କମ୍‌ ରହିଥିଲା। ଏହାଛଡ଼ା ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ ଝାରସୁଗୁଡ଼ାଠାରେ ପ୍ରବଳ ଶୀତ ଅନୁଭୂତ ହୋଇଛି।

କେନ୍ଦ୍ରର ସୂଚନା ମୁତାବକ ରାଜ୍ୟକୁ ଏବେ ବି ଉତ୍ତରା ଥଣ୍ଡା ଓ ଶୁଷ୍କ ପବନର ପ୍ରବାହ ଜାରି ରହିଛି। ଫଳରେ ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ତୀବ୍ର ଶୀତ ଲହରୀର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଉଛି, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼, ନୂଆପଡ଼ା, ବରଗଡ଼, ନବରଙ୍ଗପୁର ଓ ମୟୂରଭଞ୍ଜ। ୨୪ ତାରିଖ ଓ ୨୫ ତା‌ରିଖ ରାଜ୍ୟରେ ଶୀତ ଲହରି ସମ୍ଭାବନାକୁ ନେଇ ୬ ଜିଲ୍ଲାକୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ଆଜି ସକାଳେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକଠାରେ ୧୧ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତକାଲି ବି ଭୁବନେଶ୍ବର ଓ କଟକର ପାଗ ହାଲ୍‌କା କୁହୁଡ଼ିଆ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe