ଖୋର୍ଦ୍ଧା ଜିଲ୍ଲାରୁ ୨୬୯ ଜଣଙ୍କ ସମେତ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ

ଖୋର୍ଦ୍ଧା ଜିଲ୍ଲାରୁ ୨୬୯ ଜଣଙ୍କ ସମେତ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୨୬୯ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନାରୁ ୨ ହଜାର ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୧୧୫କୁ ବୃଦ୍ଧି ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୬୪ ଜଣ, ମୟୂରଭଂଜ ଜିଲ୍ଲାରୁ ୧୦୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୯୯ ଜଣ, କେନ୍ଦୁଝର ଜିଲ୍ଲାରୁ ୮୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୬ ଜଣ, ବରଗଡ଼ ଜିଲ୍ଲାରୁ ୭୯ ଜଣ, ଯାଜପୁର ଜିଲ୍ଲାରୁ ୭୫ ଜଣ, ଅନୁଗୁଳ, ନବରଂଗପୁର ଜିଲ୍ଲାରୁ ୭୩ ଜଣ ଲେଖାଏଁ, ବାଲେଶ୍ୱର ଜିଲ୍ଲାରୁ ୭୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୬୫ ଜଣ, ନୟାଗଡ଼ ଜିଲ୍ଲାରୁ ୬୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଳାରୁ ୬୧ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀ ଜିଲ୍ଲାରୁ ୪୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୬ ଜଣ, ନୂଆପଡ଼ା ଜିଲ୍ଲାରୁ ୪୩ ଜଣ, ଭଦ୍ରକ ଜିଲ୍ଲାରୁ ୪୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୮ ଜଣ, କୋରାପୁଟ ଜିଲ୍ଲାରୁ ୩୦ ଜଣ, ମାଲକାନଗିରି ଜିଲ୍ଲାରୁ ୨୯ ଜଣ, କନ୍ଧମାଳ ଜିଲ୍ଲାରୁ ୨୭ ଜଣ, ଗଂଜାମ ଜିଲ୍ଲାରୁ ୨୨ ଜଣ, ବୌଦ୍ଧ ଜିଲ୍ଲାରୁ ୧୮ ଜଣ, ଦେବଗଡ଼ ଜିଲ୍ଲାରୁ ୧୫ ଜଣ, ରାୟଗଡ଼ା ଜିଲ୍ଲାରୁ ୭ ଜଣ ଓ ରାଜ୍ୟପୁଲରୁ ୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe