ଖୋର୍ଦ୍ଧା ଜିଲ୍ଲାରୁ ୩୧୨ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୨୦୧୫ କରୋନା ଆକ୍ରାନ୍ତ

Advertisment
ଖୋର୍ଦ୍ଧା ଜିଲ୍ଲାରୁ ୩୧୨ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୨୦୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୩୧୨ ଜଣଙ୍କ ସମେତ ରାଜ୍ୟରେ ଆଜି ୨ ହଜାର ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୦ ହଜାର ୧୩୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ଆଜି ୨୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୩୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୫ ଜଣ, ମୟୂରଭଂଜ ଜିଲ୍ଲାରୁ ୮୩ ଜଣ, ଯାଜପୁର ଜିଲ୍ଲାରୁ ୮୧ ଜଣ, କେନ୍ଦୁଝର ଜିଲ୍ଲାରୁ ୭୫ ଜଣ, ପୁରୀ ଜିଲ୍ଲାରୁ ୬୯ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୪ ଜଣ, ଭଦ୍ରକ ଜିଲ୍ଲାରୁ ୬୩ ଜଣ, ନୂଆପଡ଼ା ଜିଲ୍ଲାରୁ ୬୩ ଜଣ, ନବରଂଗପୁର ଜିଲ୍ଲାରୁ ୬୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୬ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୪୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୪ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨ ଜଣ ଓ ନୟାଗଡ଼ ଜିଲ୍ଳାରୁ ୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁର ଜିଲ୍ଲାରୁ ଆଜି ୩୬ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬ ଜଣ, କୋରାପୁଟ ଜିଲ୍ଲାରୁ ୨୫ ଜଣ, ଗଂଜାମ ଜିଲ୍ଲାରୁ ୨୪ ଜଣ, ମାଲକାନଗିରି ଜିଲ୍ଲାରୁ ୨୩ ଜଣ, ବୌଦ୍ଧ ଜିଲ୍ଲାରୁ ୨୧ ଜଣ, ଦେବଗଡ଼ , ଗଜପତି ଜିଲ୍ଲାରୁ ୯ ଜଣ ଲେଖାଏଁ, ରାୟଗଡ଼ା ଜିଲ୍ଲାରୁ ୬ ଜଣ ଓ ରାଜ୍ୟପୁଲରୁ ୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe