ରାଜ୍ୟରେ ଆଉ ୨୪ ଘଣ୍ଟା ଯାଏ ବର୍ଷା

ଆଜିଠୁ ଉପକୂଳରେ ବର୍ଷିବ, ଅଷ୍ଟମୀରୁ ସାରା ଓଡ଼ିଶାରେ ବର୍ଷା

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ। ଏହାପରେ ପାଗରେ ପରିବର୍ତନ ଆସିବ। ୨୬ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷା ହେବାର ନାହିଁ। ମାତ୍ର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ଶ୍ରୀ ବିଶ୍ବାସ ଆକଳନ କରିଛନ୍ତି ଯେ ଗୁରୁବାର ସକାଳ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, କଟକରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର ବାକି ଜିଲ୍ଲା ସମେତ ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ। ଜୁନ୍‌ ପହିଲାରୁ ଆଜି ସୁଦ୍ଧା ମୌସୁମୀ ବର୍ଷା ପରିମାଣ ୧୧୫୩.୩ ମିମି ହେବା କଥା। ମାତ୍ର ଚଳିତବର୍ଷ ୧୦୯୯.୯ ମିମି ହୋଇଛି, ଯାହାକି ୫ ପ୍ରତିଶତ ଅଧିକ। ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ବାକି ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରର ଡାବୁଗାଁରେ ସର୍ବାଧିକ ୧୩ ସେମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe