ରାଜ୍ୟରେ ଆଜି କରୋନାରୁ ୨୪୯୨ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୪

ଆଗକୁ ଶିଶୁଙ୍କ ପ୍ରତି ବିପଦ ବଢ଼ିପାରେ

Medical Xpress

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୨୪୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୪ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୦ ହଜାର ୪୧୮ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୨୨୧, ଯାଜପୁରରୁ ୧୮୦, ନୟାଗଡ଼ରୁ ୧୪୭, ପୁରୀରୁ ୧୦୪, ମୟୂରଭଂଜରୁ ୧୦୧, ଢେଙ୍କାନାଳରୁ ୮୮, ଭଦ୍ରକରୁ ୮୨, ଜଗତସିଂହପୁରରୁ ୭୧ ଓ କେନ୍ଦ୍ରାପଡ଼ାରୁ ୬୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୫୯, ଅନୁଗୁଳରୁ ୫୪, କେନ୍ଦୁଝରରୁ ୪୪, କୋରାପୁଟରୁ ୩୨, ବରଗଡ଼ରୁ ୩୦, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୧, ସୁବର୍ଣ୍ଣପୁରରୁ ୨୦, ମାଲକାନଗିରିରୁ ୧୯, ରାୟଗଡ଼ା ଏବଂ ସମ୍ବଲପୁରରୁ ୧୮ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୨, ନବରଂଗପୁରରୁ ୯, ଦେବଗଡ଼ରୁ ୬, ବଲାଙ୍ଗୀରରୁ ୪, ଗଂଜାମ ଏବଂ ନୂଆପଡ଼ାରୁ ୩ ଜଣ ଲେଖାଏଁ, ବୌଦ୍ଧରୁ ୨ ଏବଂ ରାଜ୍ୟପୁଲରୁ ୧୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe