ରାଜ୍ୟରେ ଆଜି କରୋନରୁ ସୁସ୍ଥ ହେଲେ ୨୫୬୩ ଆକ୍ରାନ୍ତ, କଟକ ଜିଲ୍ଲାରୁ ସର୍ବାଧିକ ୪୧୮

Advertisment
ରାଜ୍ୟରେ ଆଜି କରୋନରୁ ସୁସ୍ଥ ହେଲେ ୨୫୬୩ ଆକ୍ରାନ୍ତ, କଟକ ଜିଲ୍ଲାରୁ ସର୍ବାଧିକ ୪୧୮

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୨୫୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୪୧୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୩ ହଜାର ୨୦୯ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୨୫୧, ପୁରୀରୁ ୧୬୯, କେନ୍ଦ୍ରାପଡ଼ାରୁ ୧୬୭, ମୟୂରଭଂଜରୁ ୧୪୮, ବାଲେଶ୍ୱରରୁ ୧୪୭, ଭଦ୍ରକରୁ ୧୧୮ ଓ ଜଗତସିଂହପୁରରୁ ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୯୪, ଢେଙ୍କାନାଳରୁ ୮୦, ଅନୁଗୁଳରୁ ୬୭, ନୟାଗଡ଼ରୁ ୫୩, ମାଲକାନଗିରିରୁ ୩୮, କୋରାପୁଟରୁ ୨୯, ରାୟଗଡ଼ାରୁ ୨୫, ସୁନ୍ଦରଗଡ଼ରୁ ୨୨, ବୌଦ୍ଧ, ନବରଂଗପୁର ଏବଂ ସମ୍ବଲପୁରରୁ ୨୧ ଜଣ ଲେଖାଏଁ, କନ୍ଧମାଳରୁ ୧୯, ସୁବର୍ଣ୍ଣପୁରରୁ ୧୫, ବରଗଡ଼ରୁ ୧୨, ଝାରସୁଗୁଡ଼ାରୁ ୧୦, ଗଂଜାମରୁ ୯, ଗଜପତି ଏବଂ ନୂଆପଡ଼ାରୁ ୮ ଜଣ ଲେଖାଏଁ, ଦେବଗଡ଼ରୁ ୭, କଳାହାଣ୍ଡିରୁ ୬, ବଲାଙ୍ଗୀରରୁ ୪ ଓ ରାଜ୍ୟପୁଲରୁ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe