ଭୁବନେଶ୍ୱର: ରାଜ୍ୟରେ ଆଜି ୨୬୩ ଜଣ ଆକ୍ରାନ୍ତ କରୋନା ଭାଇରସ୍ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୨୩୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୧୩, ଢେଙ୍କାନାଳରୁ ୧୧, ଯାଜପୁର, ସୁନ୍ଦରଗଡ଼ରୁ ୧୦-୧୦, ବାଲେଶ୍ୱରରୁ ୯, ଦେବଗଡ଼, କେନ୍ଦ୍ରାପଡ଼ା, ପୁରୀରୁ ୭ ଜଲ ଲେଖାଏଁ, ଜଗତସିଂହପୁରରୁ ୫, ମୟୂରଭଂଜରୁ ୪, ଗଜପତି, ଝାରସୁଗୁଡ଼ାରୁ ୩-୩, ଭଦ୍ରକ, କଳାହାଣ୍ଡିରୁ ୨-୨, ବୌଦ୍ଧ, ଗଂଜାମ, କନ୍ଧମାଳ, ନୟାଗଡ଼, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୨୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
Follow Us