ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨,୫୪,୯୧୩ରେ ପହଞ୍ଚିଲା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨,୫୪,୯୧୩ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରୁ ଆଜି ୨୭୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ଜରିଆରେ ସୂଚନା ଦିଆଯାଇଛି। ଆଜିର ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୨୫୪୯୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।

ଆଜି ଖୋର୍ଧାରୁ ୫୮୬ଜଣ, ସୁନ୍ଦରଗଡ଼ରୁ ୨୦୬ଜଣ, ଅନୁଗୁଳରୁ ୨୦୧, ମୟୁରଭଞ୍ଜରୁ ୧୫୬ଜଣ, କଟକରୁ ୧୧୯ଜଣ, ନୂଆପଡ଼ାରୁ ୧୦୬ଜଣ, ବଲାଙ୍ଗୀରରୁ ୧୦୫ଜଣ, ବରଗଡ଼ରୁ ୧୦୦ଜଣ, ସମ୍ବଲପୁରରୁ ୯୮ଜଣ, ଯାଜପୁରରୁ ୯୪ଜଣ, କେନ୍ଦ୍ରାପଡ଼ାରୁ ୭୧ଜଣ, ଝାରସୁଗୁଡ଼ାରୁ ୭୦ଜଣ, ଢ଼େଙ୍କାନାଳରୁ ୬୬ଜଣ, ପୁରୀରୁ ୬୫ଜଣ, କଳାହାଣ୍ଡିରୁ ୬୧ଜଣ, ଭଦ୍ରକରୁ ୫୮ଜଣ, ଜଗତସିଂହପୁରୁ ୫୬ଜଣ, ବାଲେଶ୍ବରରୁ ୪୮ଜଣ, ନବରଙ୍ଗପୁରରୁ ୪୮ଜଣ, ମାଲକାନଗିରିରୁ ୪୫ଜଣ, ସୁବର୍ଣ୍ଣପୁରରୁ ୪୫ଜଣ, କେନ୍ଦୁଝରରୁ ୩୯ଜଣ, କନ୍ଧମାଳରୁ ୩୮ଜଣ, ଗଞ୍ଜାମରୁ ୩୪ଜଣ, ନୟାଗଡ଼ରୁ ୩୦ଜଣ, କୋରାପୁଟରୁ ୨୯ଜଣ, ରାୟଗଡ଼ାରୁ ୨୭ଜଣ, ଦେବଗଡ଼ରୁ ୧୬ଜଣ, ଗଜପତିରୁ ୮ଜଣ, ବୌଦ୍ଧରୁ ୫ଜଣ ଓ ଷ୍ଟେଟପୁଲରୁ ୮୬ଜଣ ଆଜି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe