କରୋନା ଭାଇରସ: କଟକ ଜିଲ୍ଲାରୁ ୫୪୦ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୩୭୮ ଆକ୍ରାନ୍ତ

Advertisment
କରୋନା ଭାଇରସ: କଟକ ଜିଲ୍ଲାରୁ ୫୪୦ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୩୭୮ ଆକ୍ରାନ୍ତ

ଭୁବନେଶ୍ୱର: କଟକ ଜିଲ୍ଲାରୁ ୫୪୦ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ରେ ପହଂଚିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨୮୯ ଜଣ, ପୁରୀ ଜିଲ୍ଲାରୁ ୨୦୦ ଜଣ, ଯାଜପୁର ଜିଲ୍ଲାରୁ ୧୭୬ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୧ ଜଣ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୭ ଜଣ ଲେଖାଏଁ, ମୟୂରଭଂଜ ଜିଲ୍ଲାରୁ ୧୩୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୩ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୧୧୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୨ ଜଣ ଓ ବରଗଡ଼ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କୋରାପୁଟ ଜିଲ୍ଲାରୁ ୯୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୮୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୮ ଜଣ, ମାଲକାନଗିରି ଜିଲ୍ଲାରୁ ୬୩ ଜଣ, ନୂଆପଡ଼ା ଜିଲ୍ଲାରୁ ୪୯ ଜଣ, ଭଦ୍ରକ ଜିଲ୍ଲାରୁ ୪୭ ଜଣ, ଅନୁଗୁଳ ଜିଲ୍ଲାରୁ ୪୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୪ ଜଣ, ଗଂଜାମ ଜିଲ୍ଲାରୁ ୪୨ ଜଣ, ନୟାଗଡ଼ରୁ ୩୬ ଜଣ, ଗଜପତି ଜିଲ୍ଲାରୁ ୩୧ ଜଣ, ବୌଦ୍ଧ ଜିଲ୍ଲାରୁ ୧୪ ଜଣ, ଦେବଗଡ଼ ଜିଲ୍ଲାରୁ ୭ ଜଣ ଓ ଷ୍ଟେଟପୁଲରୁ ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe