ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣଙ୍କ ସହ ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୮୧୭ ଆକ୍ରାନ୍ତ

Advertisment
ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣଙ୍କ ସହ ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୮୧୭ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ୩୮୧୭ ଜଣ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ୨୧୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି କଟକ ଜିଲ୍ଲାରୁ ୩୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୧୫୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୬ ଜଣ, ନୂଆପଡ଼ା ଜିଲ୍ଲାରୁ ୧୩୫ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୧୨୪ ଜଣ, ଅନୁଗୁଳ ଜିଲ୍ଲାରୁ ୧୨୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ବଲାଙ୍ଗୀର ଜିଲ୍ଲାରୁ ୯୩ ଜଣ, ଯାଜପୁର ଜିଲ୍ଲାରୁ ୯୧ ଜଣ, ମୟୂରଭଂଜ, ପୁରୀ ଜିଲ୍ଲାରୁ ୮୮ ଜଣ ଲେଖାଏଁ, କନ୍ଧମାଳ, କେନ୍ଦୁଝର ଜିଲ୍ଲାରୁ ୮୬ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରୁ ୮୩ ଜଣ, ଭଦ୍ରକ ଜିଲ୍ଲାରୁ ୮୨ ଜଣ, ନୟାଗଡ଼ ଜିଲ୍ଲାରୁ ୭୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୬୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୮ ଜଣ, ନବରଂଗପୁର ଜିଲ୍ଲାରୁ ୬୬ ଜଣ, କୋରାପୁଟ ଜିଲ୍ଲାରୁ ୬୨ ଜଣ, ଗଂଜାମ ଜିଲ୍ଲାରୁ ୫୬ ଜଣ, ରାୟଗଡ଼ା ଜିଲ୍ଲାରୁ ୫୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୮ ଜଣ, ବୌଦ୍ଧ ଜିଲ୍ଲାରୁ ୪୫ ଜଣ, ମାଲକାନଗିରି ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୨୪ ଜଣ, ଦେବଗଡ଼ ଜିଲ୍ଲାରୁ ୧୪ ଜଣ ଓ ରାଜ୍ୟ ପୁଲରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe