ଖୋର୍ଦ୍ଧା ଜିଲ୍ଲାରୁ ୧୧୪୩ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୮୮୫ ଆକ୍ରାନ୍ତ

Advertisment
ଖୋର୍ଦ୍ଧା ଜିଲ୍ଲାରୁ ୧୧୪୩ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୮୮୫ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୧୧୪୩ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୩ ହଜାର ୮୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୪ ହଜାର ୨୭୩କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୩୨୫ ଜଣ, ପୁରୀ ଜିଲ୍ଲାରୁ ୧୯୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୩ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୯ ଜଣ, ଯାଜପୁର ଜିଲ୍ଲାରୁ ୧୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧୨ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୧୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ ଜିଲ୍ଲାରୁ ୮୧ ଜଣ, ନୂଆପଡ଼ା ଜିଲ୍ଲାରୁ ୮୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୯ ଜଣ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ୭୨ ଜଣ ଲେଖାଏଁ, ରାୟଗଡ଼ା ଜିଲ୍ଲାରୁ ୭୦ ଜଣ, ଭଦ୍ରକ ଜିଲ୍ଲାରୁ ୬୪ ଜଣ, କନ୍ଧମାଳ ଜିଲ୍ଲାରୁ ୫୯ ଜଣ, ନବରଂଗପୁର ଜିଲ୍ଲାରୁ ୫୬ ଜଣ, ନୟାଗଡ଼ ଜିଲ୍ଲାରୁ ୫୨ ଜଣ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୫୦ ଜଣ କରୋନାରୁ ସୁସ୍ଥ ହୋଇଛି।

କୋରାପୁଟ ଜିଲ୍ଲାରୁ ୪୮ ଜଣ, ଗଂଜାମ ଜିଲ୍ଲାରୁ ୪୨ ଜଣ, ବୌଦ୍ଧ ଜିଲ୍ଲାରୁ ୨୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୬ ଜଣ, ଅନୁଗୁଳ ଜିଲ୍ଲାରୁ ୧୯ ଜଣ, ଦେବଗଡ଼ ଜିଲ୍ଲାରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୧୫ ଜଣ ଓ ରାଜ୍ୟପୁଲରୁ ୧୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe