ଆଉ ୩୯୩ କୋଭିଡ୍‌ ପଜିଟିଭ୍ ଚିହ୍ନଟ

ଆଉ ୩୯୩ କୋଭିଡ୍‌ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଧାରା ୩ଶହ ଉପରେ ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୩ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଗୋଟିଏ ଦିନରେ ୩ଶହରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩ହଜାର ଉପରେ ସ୍ଥିର ରହିଛି।

ସୁନ୍ଦରଗଡ଼ରେ କୋଭିଡ ସଂକ୍ରମଣ ରାଜ୍ୟରେ ସର୍ବାଧିକ ରହିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୨୫ ଆକ୍ରାନ୍ତ ବାହାରିଛନ୍ତି। ଏହାବାଦ୍ ସମ୍ବଲପୁର ୭୧, କଟକ ୬୫, ମୟୂରଭଞ୍ଜ ୨୮, ଖୋର୍ଧା ୨୭, ବଲାଙ୍ଗୀର ୨୧ ଓ ଜଗତସିଂହପୁର ୪, ନୂଆପଡ଼ା ଓ ସୋନପୁରରୁ ୯ଜଣ ଲେଖାଏ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦୮୬ ରହିଛି। ମାତ୍ର କୌଣସି ନୂଆ କୋଭିଡ ମୃତ୍ୟୁ ହୋଇ ନ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ରାଜ୍ୟରେ କ୍ରମାଗତ ଭାବେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ସମସ୍ତ ସ୍ବାସ୍ଥ୍ୟାନୁଷ୍ଠାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ଏଥିପାଇଁ ସବୁ ସିଡିଏମ୍‌ଓମାନଙ୍କୁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe