ଖୋର୍ଦ୍ଧା ଜିଲ୍ଲାରୁ ୫୪୫ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

Advertisment
ଖୋର୍ଦ୍ଧା ଜିଲ୍ଲାରୁ ୫୪୫ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୫୪୫ ଜଣ କରୋନା ଆକ୍ରାନ୍ତଙ୍କ ସମେତ ଆଜି ରାଜ୍ୟରୁ ୪ ହଜାର ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୪୦୪ ଜଣ, ପୁରୀ ଜିଲ୍ଲାରୁ ୨୯୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୨ ଜଣ, ଯାଜପୁର ଜିଲ୍ଲାରୁ ୧୬୭ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୫୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୩୦ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୯ ଜଣ, ବରଗଡ଼, ବୌଦ୍ଧ ଜିଲ୍ଲାରୁ ୧୧୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହପରି କଳାହାଣ୍ଡି ଜିଲ୍ଲାରୁ ୯୦ ଜଣ, ଢେଙ୍କାନାଳ, ନବରଙ୍ଗପୁର ଜିଲ୍ଲାରୁ ୮୬ ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରୁ ୮୧ ଜଣ, ନୂଆପଡ଼ା ଜିଲ୍ଲାରୁ ୮୦ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୭୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୫ ଜଣ, ଭଦ୍ରକ, କେନ୍ଦୁଝର ଜିଲ୍ଲାରୁ ୭୩ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୬୮ ଜଣ, ମାଲକାନଗିରି ଜିଲ୍ଲାରୁ ୫୩ ଜଣ, ନୟାଗଡ଼ ଜିଲ୍ଲାରୁ ୪୨ ଜଣ, ଗଂଜାମ, ରାୟଗଡ଼ା ଜିଲ୍ଲାରୁ ୪୧ ଜଣ ଲେଖାଏଁ, ଗଜପତି ଜିଲ୍ଲାରୁ ୩୧ ଜଣ, ଦେବଗଡ଼ ଜିଲ୍ଲାରୁ ୧୨ ଜଣ ଓ ଷ୍ଟେଟ ପୁଲରୁ ୧୮୯ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe