ଖୋର୍ଦ୍ଧାରୁ ୭୮୨ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

Advertisment

ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭

ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭

ଖୋର୍ଦ୍ଧାରୁ ୭୮୨ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୮୨ ଜଣଙ୍କ ସମେତ ରାଜ୍ୟରୁ ଆଜି କରୋନା ଭାଇରସ ମହାମାରୀରୁ ୪ ହଜାର ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ଦ୍ୱିତୀୟ ସର୍ବାଧିକ ୫୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୨୯୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୩ ଜଣ, ଯାଜପୁର ଜିଲ୍ଲାରୁ ୧୬୯ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୧ ଜଣ, ଜଗତସିଂହପୁର ଜିଲ୍ଲା, ନବରଙ୍ଗପୁର ଜିଲ୍ଲାରୁ ୧୧୫ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୧୧୨ ଜଣ ଓ କନ୍ଧମାଳ ଜିଲ୍ଲାରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଗଂଜାମ ଜିଲ୍ଲାରୁ ୯୮ ଜଣ, ବରଗଡ଼ ଜିଲ୍ଲାରୁ ୯୪ ଜଣ, ରାୟଗଡ଼ା ଜିଲ୍ଲାରୁ ୮୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୦ ଜଣ, ସମ୍ବଲପୁର ଜିଲ୍ଲାରୁ ୭୮, ଭଦ୍ରକ, କେନ୍ଦୁଝର ଜିଲ୍ଲାରୁ ୭୭ ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରୁ ୭୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୧ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୨ ଜଣ, ମୟୂରଭଂଜ ଜିଲ୍ଲାରୁ ୪୯ ଜଣ, ନୟାଗଡ଼ ଜିଲ୍ଲାରୁ ୪୭ ଜଣ, ବୌଦ୍ଧ ଜିଲ୍ଲାରୁ ୩୮ ଜଣ ଓ ମାଲକାନଗିରି ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୩ ଜଣ, ଅନୁଗୁଳ ଜିଲ୍ଲାରୁ ୧୬ ଜଣ, ଦେବଗଡ଼ ଜିଲ୍ଲାରୁ ୧୦ ଜଣ, ୩୨୦ ଜଣ ଷ୍ଟେଟପୁଲ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe