ଖୋର୍ଦ୍ଧା ଜିଲ୍ଲାରୁ ୭୭୦ ଜଣଙ୍କ ସମେତ ଆଜି ରାଜ୍ୟରେ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ

ଖୋର୍ଦ୍ଧା ଜିଲ୍ଲାରୁ ୭୭୦ ଜଣଙ୍କ ସମେତ ଆଜି ରାଜ୍ୟରେ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀରୁ ଆଜି ରାଜ୍ୟରେ ୪ ହଜାର ୩୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୭୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧ ଲକ୍ଷ ୯୦ ହଜାର ୮୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୫୫୮ ଜଣ, ଜଗତସିଂହପୁର, ସୁନ୍ଦରଗଡ଼ ଜିଲ୍ଲାରୁ ୨୩୩ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୯୮ ଜଣ, ପୁରୀ ଜିଲ୍ଲାରୁ ୧୯୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୬୮ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୫ ଜଣ, ବରଗଡ଼ ଜିଲ୍ଲାରୁ ୧୩୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୧୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୩ ଜଣ, ନୟାଗଡ଼ ଜିଲ୍ଲାରୁ ୧୦୩ ଜଣ ଓ କଳାହାଣ୍ଡି ଜିଲ୍ଲାରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲାରୁ ୯୦ ଜଣ, ନବରଂଗପୁର ଜିଲ୍ଲାରୁ ୮୨ ଜଣ, ନୂଆପଡ଼ା ଜିଲ୍ଲାରୁ ୭୬ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୭୫ ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ ଜଣ, କନ୍ଧମାଳ ଜିଲ୍ଲାରୁ ୬୧ ଜଣ, ଭଦ୍ରକ ଜିଲ୍ଲାରୁ ୬୦ ଜଣ, କୋରାପୁଟ ଜିଲ୍ଲାରୁ ୫୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୯ ଜଣ, ମାଲକାନଗିରି ଜିଲ୍ଲାରୁ ୪୬ ଜଣ, ରାୟଗଡ଼ା, ଗଂଜାମ ଜିଲ୍ଲାରୁ ୪୨ ଜଣ ଲେଖାଏଁ, ବୌଦ୍ଧ ଜିଲ୍ଲାରୁ ୩୮ ଜଣ, ଦେବଗଡ଼ ଜିଲ୍ଲାରୁ ୨୦ ଜଣ, ଗଜପତି ଜିଲ୍ଲାରୁ ୧୨ ଜଣ ଓ ରାଜ୍ୟପୁଲରୁ ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe