India.com
ଭୁବନେଶ୍ବର : କରୋନା ସମୟରେ ସହରାଞ୍ଚଳରେ ବୁଲା ପଶୁପକ୍ଷୀଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଟଙ୍କା ପ୍ରଦାନ କରାଯିବ। ଲକ୍ଡାଉନ୍ ସମୟରେ ବୁଲା ପଶୁପକ୍ଷୀଙ୍କୁ ଖୁଆଇବା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ଭୁବନେଶ୍ବର ମହାନଗର ନିଗମ ଏ ବାବଦରେ ଦୈନିକ ୨୦ ହଜାର ଟଙ୍କା ଏବଂ ଅନ୍ୟ ୪ଟି ମହାନଗର ନିଗମ ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରିବେ। ୪୮ଟି ପୌରପାଳିକା ଦୈନିକ ୫ ହଜାର ଏବଂ ୬୧ଟି ଏନ୍ଏସି ଦୈନିକ ୨ ହଜାର ଟଙ୍କା ଖର୍ଚ୍ଚ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ବୁଲା ପଶୁପକ୍ଷୀଙ୍କ ଖାଦ୍ୟ ପାଇଁ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର କରିସାରିଛନ୍ତି। କଟକ ମହାନଗର ନିଗମକୁ କୋଭିଡ୍ ପରିଚାଳନା ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।
Follow Us