ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୯, ଗଜପତି ଜିଲ୍ଲାରୁ ସର୍ବାଧିକ ୧୪

Advertisment
ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୯, ଗଜପତି ଜିଲ୍ଲାରୁ ସର୍ବାଧିକ ୧୪

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଗଜପତି ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୮୧୯ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମରୁ ୧୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୭, ସମ୍ବଲପୁରରୁ ୬, ବାଲେଶ୍ୱର, ଯାଜପୁର, କୋରାପୁଟରୁ ୫ ଜଣ ଲେଖାଏଁ, ଦେବଗଡ଼ରୁ ୪, କେନ୍ଦ୍ରାପଡ଼ା, ମୟୂରଭଂଜରୁ ୩-୩, ଖୋର୍ଦ୍ଧାରୁ ୨, ଝାରସୁଗୁଡ଼ା, କନ୍ଧମାଳ, ନବରଂଗପୁରରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍‌ରୁ ଜଣେ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୫୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe