ସୁସ୍ଥ ହେଲେ ୭୫୬ ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୧,୨୭୩

Advertisment
ସୁସ୍ଥ ହେଲେ ୭୫୬ ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୧,୨୭୩

ଭୁବନେଶ୍ୱର: ରାଜ୍ୟର ୨୫ଟି ଜିଲ୍ଲାରୁ ଆଜି ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୧ ହଜାର ୨୭୩ରେ ପହଞ୍ଚିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଗଂଜାମରୁ ୧୩୯ ଜଣ, କଟକରୁ ୭୮ ଜଣ, ସୁନ୍ଦରଗଡ଼ରୁ ୫୮ ଜଣ, ଗଜପତିରୁ ୪୯ ଜଣ, ଭଦ୍ରକରୁ ୩୩ ଜଣ, କେନ୍ଦୁଝରରୁ ୩୧ ଜଣ, ପୁରୀରୁ ୩୧ ଜଣ, ନୟାଗଡ଼ରୁ ୨୨ ଜଣ, ରାୟଗଡ଼ାରୁ ୨୦ ଜଣ, ବାଲେଶ୍ୱରରୁ ୧୯ ଜଣ, କୋରାପୁଟରୁ ୧୮ ଜଣ, ମାଲକାନଗିରିରୁ ୧୬ ଜଣ, ନବରଙ୍ଗପୁରରୁ ୧୩ ଜଣ, କନ୍ଧମାଳ ଓ ସମ୍ବଲପୁରରୁ ୧୦ ଜଣ ଲେଖାଏଁ, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୯-୯ ଜଣ, ଜଗତସିଂହପୁରରୁ ୮ ଜଣ, ବରଗଡ଼ରୁ ୭ ଜଣ, ଢେଙ୍କାନାଳ ଓ ଝାରସୁଗୁଡ଼ାରୁ ୬ ଜଣ ଲେଖାଏଁ, ବଲାଙ୍ଗୀର ଓ କଳାହାଣ୍ଡିରୁ ୨-୨ ଜଣ ଓ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୫ ଲକ୍ଷ ୨୮ ହଜାର ୭୦୮ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏଥିରୁ ଏଯାଏଁ ୩୩ ହଜାର ୪୭୯ଟି ନମୁନା ରିପୋର୍ଟ ପଜିଟିଭ ଆସିଛି । ମୋଟ ୨୧ ହଜାର ୨୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୮୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏବେ ୧୧ ହଜାର ୯୮୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe