ଭଲ ଖବର: କରୋନାରୁ ସୁସ୍ଥ ହେଲେ ପୁଣି ୭୯ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୮୧୨ ଜଣ

ଭଲ ଖବର: କରୋନାରୁ ସୁସ୍ଥ ହେଲେ ପୁଣି ୭୯ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୮୧୨ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପୁଣି ଖୁସି ଖବର ଆସିଛି। ରାଜ୍ୟର ୯ଟି ଜିଲ୍ଲାରୁ ଆଜି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୮୧୨ରେ ପହଞ୍ଚିଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାରୁ ଆଜି ସର୍ବାଧିକ ୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ, ଗଂଜାମ ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ୭ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, କଟକ ଜିଲ୍ଲାରୁ ୪ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର ଓ ଖୋର୍ଦ୍ଧା ଜିଲ୍ଲାରୁ ୨-୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସବୁଠାରୁ ବଡ଼ କଥା ହେଲା ଯେ, ଗତକାଲି ଭଳି ଆଜି ମଧ୍ୟ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ। ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରୁ ୭୬ ଜଣ କରେନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟବାସୀଙ୍କୁ ଏହା ଅଧିକ ଆଶ୍ୱସ୍ତି ମିଳିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୧ ଲକ୍ଷ ୩୬ ହଜାର ୨୭୪ଟି ଆରଟିପିସିଆର ନମୁନା ପରୀକ୍ଷା ହୋଇଛି। ଏଥିରୁ ୧୫୯୩ଟି ନମୁନା ପଜିଟିଭ ଆସିଥିବା ବେଳେ ୮୧୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। କରୋନା ଭାଇରସ ଯୋଗୁଁ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୭୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe