ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୮୪୭୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୪୯

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୮୪୭୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୪୯

ଭୁବନେଶ୍ୱର: ରାଜ୍ୟରେ ଆଜି ୮୪୭୧ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୪୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୯ହଜାର ୩୩ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୦୪୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୮୦୩, ସମ୍ବଲପୁରରୁ ୫୨୯, ବାଲେଶ୍ୱରରୁ ୪୦୮, ମୟୂରଭଂଜରୁ ୩୪୦, ରାୟଗଡ଼ାରୁ ୨୬୯, ବଲାଙ୍ଗୀରରୁ ୨୫୬, ପୁରୀରୁ ୨୧୬ ଓ ଝାରସୁଗୁଡ଼ାରୁ ୨୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କୋରାପୁଟରୁ ୧୮୩, ଗଂଜାମରୁ ୧୬୭, କଳାହାଣ୍ଡିରୁ ୧୪୧, ନୟାଗଡ଼ରୁ ୧୩୯, ଯାଜପୁରରୁ ୧୩୦, ସୁବର୍ଣ୍ଣପୁରରୁ ୧୨୫, ଜଗତସିଂହପୁର, ନବରଂଗପୁରରୁ ୧୨୨ ଲେଖାଏଁ, ବରଗଡ଼ରୁ ୮୫, ଅନୁଗୁଳରୁ ୮୦, କେନ୍ଦ୍ରାପଡ଼ାରୁ ୭୫, ଗଂଜପତିରୁ ୭୪, କେନ୍ଦୁଝରରୁ ୭୧, ଭଦ୍ରକରୁ ୫୪, କନ୍ଧମାଳରୁ ୨୭, ବୌଦ୍ଧରୁ ୨୪, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୧୫ ଓ ମାଲକାନଗିରିରୁ ୫ ଓ ରାଜ୍ୟପୁଲରୁ ୪୮୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe