ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୧୯୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୪୨

Advertisment
ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୧୯୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୪୨

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୯ହଜାର ୧୯୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୪୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୩ହଜାର ୩୬୫ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୬୪୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୫୫୦, ନୂଆପଡ଼ାରୁ ୫୨୨, ବାଲେଶ୍ୱରରୁ ୩୪୫, ଯାଜପୁରରୁ ୨୫୫, ମୟୂରଭଂଜରୁ ୨୨୭, ନୟାଗଡ଼ରୁ ୨୦୮, ଅନୁଗୁଳରୁ ୧୮୧ ଓ ସମ୍ବଲପୁରରୁ ୧୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୧୬୬, ପୁରୀରୁ ୧୬୪, ବରଗଡ଼, କେନ୍ଦୁଝରରୁ ୧୫୨ ଲେଖାଏଁ, ବଲାଙ୍ଗୀରରୁ ୧୩୮, ସୁବର୍ଣ୍ଣପୁରରୁ ୧୨୯, ଭଦ୍ରକରୁ ୧୨୭, କେନ୍ଦ୍ରାପଡ଼ାରୁ ୧୧୪, କନ୍ଧମାଳରୁ ୧୦୪, ଗଜପତି, ରାୟଗଡ଼ାରୁ ୧୦୦ ଲେଖାଏଁ, ନବରଂଗପୁରରୁ ୯୨, ଜଗତସିଂହପୁରରୁ ୯୧, ଢେଙ୍କାନାଳ, କୋରାପୁଟରୁ ୮୮ ଲେଖାଏଁ, ଝାରସୁଗୁଡ଼ାରୁ ୮୫, ଦେବଗଡ଼ରୁ ୬୩, ଗଂଜାମରୁ ୪୭ ଓ ରାଜ୍ୟପୁଲରୁ ୭୬୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୪୮୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe