ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୯୮୭୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୭୩

Advertisment
କୋଭିଡ୍‌ ମୃତ୍ୟୁ ୫ ହଜାରମୁହାଁ, ୨ ହଜାର ଉପରେ ସ୍ଥିର ଦୈନିକ ସଂକ୍ରମଣ

Puerto Vallarta News

ଭୁବନେଶ୍ୱର: ଆଜି ରାଜ୍ୟରେ ୯୮୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୧୬୭୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୬ ହଜାର ୫୦୧କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ୭୮୯, ନୂଆପଡ଼ାରୁ ୬୫୦, କଟକରୁ ୬୪୬, ଅନୁଗୁଳରୁ ୫୯୨, ବଲାଙ୍ଗୀରରୁ ୪୨୫, ଝାରସୁଗୁଡ଼ାରୁ ୩୫୭, ସମ୍ବଲପୁରରୁ ୩୫୬, ନବରଂଗପୁରରୁ ୩୫୪, ଗଂଜାମରୁ ୩୨୫, ବାଲେଶ୍ୱରରୁ ୩୧୩, ବରଗଡ଼ରୁ ୨୬୪, ଜଗତସିଂହପୁରରୁ ୨୩୩, ମୟୂରଭଂଜରୁ ୨୨୩, କଳାହାଣ୍ଡିରୁ ୨୧୫, ବୌଦ୍ଧରୁ ୨୧୪, ସୁବର୍ଣ୍ଣପୁରରୁ ୨୦୫ ଓ କେନ୍ଦୁଝରରୁ ୨୦୩ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି କୋରାପୁଟରୁ ୧୯୨, କେନ୍ଦ୍ରାପଡ଼ାରୁ ୧୮୫, ଯାଜପୁରରୁ ୧୮୪, ନୟାଗଡ଼ରୁ ୧୮୪, ରାୟଗଡ଼ାରୁ ୧୬୯, ଦେବଗଡ଼ରୁ ୧୧୮, ପୁରୀରୁ ୧୧୫, ଢେଙ୍କାନାଳରୁ ୧୦୨, ଗଜପତିରୁ ୧୦୦, କନ୍ଧମାଳରୁ ୮୬, ମାଲକାନଗିରିରୁ ୬୬, ଭଦ୍ରକରୁ ୫୨ ଓ ରାଜ୍ୟପୁଲରୁ ୨୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe