ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗ୍ରାମର ରାଜେଶ କୁମାର ସାହୁ। ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୁଲିସ ତାଙ୍କୁ କେନ୍ଦୁଝରରୁ ଗିରଫ କରିଥିବା ଜଣାପଡ଼ିଛି।
ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁ ଅଧ୍ୟାପିକାଙ୍କୁ ଦୁଷ୍କର୍ମ କରିବା ପରେ ରାଜେଶ ପୀଡ଼ିତା ଅଧ୍ୟାପିକାଙ୍କୁ ବାରମ୍ବାର ଫୋନ୍ କରି ମାନସିକ ଚାପ ପ୍ରୟୋଗ କରୁଥିଲା। ଏପରିକି ତାଙ୍କ ଚରିତ୍ର ଉପରେ ବାରମ୍ବାର ଆକ୍ଷେପ କରି ମାନସିକ ନିର୍ଯାତନା ଦେଇଥିବା ପୁଲିସ ତଦନ୍ତରୁ ଜାଣିବା ପରେ ରାଜେଶକୁ ଗିରଫ କରିଛି।
Follow Us