ଏନ୍‌ଆଇଟି ଗବେଷକଙ୍କ ଆଉ ଏକ ଉପଲବ୍ଧି: ଫୁଲ ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ

ଗବେଷଣା କ୍ଷେତ୍ରରେ ରାଉରକେଲା ଏନ୍‌ଆଇଟି ଆଉ ଏକ ଉପଲବ୍ଧି ହାସଲ କରିଛି। ଅନୁଷ୍ଠାନର ଏକ ଗବେଷକ ଦଳ ଫୁଲ ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ କରିଛନ୍ତି। ଏହା ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ଜୈବ ଅଳିଆ ସଂଗ୍ରହର ପ୍ରମୁଖ ବୈଶ୍ବିକ ସମସ୍ୟା ସମାଧାନ କରିବା ଦିଗରେ ସହାୟକ ହେବ...

Another achievement by NIT researchers: Alternative biodegradable packaging developed from flower waste

Another achievement by NIT researchers: Alternative biodegradable packaging developed from flower waste Photograph: (sambad.in)

ରାଉରକେଲା: ଗବେଷଣା କ୍ଷେତ୍ରରେ ରାଉରକେଲା ଏନ୍‌ଆଇଟି ଆଉ ଏକ ଉପଲବ୍ଧି ହାସଲ କରିଛି। ଅନୁଷ୍ଠାନର ଏକ ଗବେଷକ ଦଳ ଫୁଲ ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ କରିଛନ୍ତି। ଏହା ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ଜୈବ ଅଳିଆ ସଂଗ୍ରହର ପ୍ରମୁଖ ବୈଶ୍ବିକ ସମସ୍ୟା ସମାଧାନ କରିବା ଦିଗରେ ସହାୟକ ହେବ।

ରସାୟନ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରାଜ କିଶୋର ପଟେଲଙ୍କ ମାର୍ଗଦର୍ଶନରେ ସୌଭିକ୍ ମଣ୍ଡଳ, ସୁଦୀପ୍ତ ପାହାରୀ ଓ ପିଏଚ୍‌ଡି ସ୍ନାତକ ଡ. ଅଭିଜିତ ବେହେରାଙ୍କ ଦ୍ବାରା ବିକଶିତ ଏହି ଉଦ୍ଭାବନକୁ ପେଟେଣ୍ଟ୍‌ ମିଳିସାରିଛି।

ଏହି ଗବେଷକ ଦଳ ଏଭଳି ଏକ ପ୍ରଣାଳୀ ବିକଶିତ କରିଛନ୍ତି, ଯାହା ସାଧାରଣତଃ ବଡ଼ ପରିମାଣରେ ପରିତ୍ୟାଗ କରାଯାଇଥିବା ଫୁଲ ଅଳିଆକୁ ଏକ ସ୍ଥାୟୀ, ଅଣ-ବିଷାକ୍ତ, କମ୍ପୋଷ୍ଟେବଲ୍ ପ୍ୟାକେଜିଂ ସମ୍ଭବ। 

ଅଧିକ ପଢ଼ନ୍ତୁ: ବିଭିନ୍ନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

ଏନେଇ ପ୍ରଫେସର ପଟେଲ କହିଛନ୍ତି, କେବଳ ରାଉରକେଲା ସହରରେ ଦୈନିକ ପ୍ରାୟ ୨.୫ ଟନ୍‌ ଫୁଲ ନଷ୍ଟ ହେଉଛି। ଯଦି ଜାତୀୟସ୍ତରକୁ ନିଆଯାଏ, ତା’ହେଲେ ଏହି ଉଦ୍ଭାବନର ପରିବେଶଗତ ଓ ବାଣିଜ୍ୟିକ ସମ୍ଭାବନା ଢେର୍‌ ଅଧିକ।

ଏହା କେବଳ ଜୈବ ଅପଚୟ ପରିଚାଳନାର ସମସ୍ୟାକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରୁନି, ବରଂ ବିଶେଷକରି ଫୁଲ ଚାଷୀ, ଧାର୍ମିକ ଅନୁଷ୍ଠାନ, କ୍ଷୁଦ୍ର ବର୍ଜ୍ୟସଂଗ୍ରହକାରୀଙ୍କ ମଧ୍ୟରେ ଜୀବିକା ସୃଷ୍ଟି ପାଇଁ ବାଟ ଫିଟାଇବବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରତିଷ୍ଠା ହେବ ୫ ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ: ଆଇନ ମନ୍ତ୍ରୀ

sundargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe