ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଘଟଣାରେ ଆଉ ଜଣେ ଗିରଫ; ଆଇଏସ୍‌ଆଇକୁ ଦେଇଛି ୫ ଶହ ସିମ୍‌, ୧୫୦ ପେଟିଏମ୍‌ ୱାଲେଟ୍‌

Advertisment

କରାଚି ଓ ବେଲୁଚିସ୍ତାନରେ ହେଉଛି ବ୍ୟବହାର, ପେଟିଏମ୍‌କୁ ଚିଠି ଲେଖିବ କ୍ରାଇମ୍‌ବ୍ରାଞ୍ଚ

କରାଚି ଓ ବେଲୁଚିସ୍ତାନରେ ହେଉଛି ବ୍ୟବହାର, ପେଟିଏମ୍‌କୁ ଚିଠି ଲେଖିବ କ୍ରାଇମ୍‌ବ୍ରାଞ୍ଚ

ନବ ବିବାହିତାଙ୍କ ମୃତ୍ୟୁ ଘଟଣାରେ ନଣନ୍ଦ ଓ ଶାଶୁ କୋର୍ଟ ଚାଲାଣ

Brandt Kettwick Defense

ଭୁବନେଶ୍ବର : ପାକିସ୍ତାନ ପାଇଁ ଓଡ଼ିଶାରୁ ଗୁଇନ୍ଦାଗିରି କରିବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଗୁରୁବାର ଦିନ ନୟାଗଡ଼ରୁ  ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ନୂଆଗାଁ ମହିତ୍‌ମା ଅଞ୍ଚଳର ପ୍ରଦ୍ୟୁମ୍ନ ସାହୁ(୩୨)। ପାକିସ୍ତାନ ଇଣ୍ଟେଲିଜେନସ୍ ଅପରେଟିଭ(ପିଓଆ), ଆଇଏସ୍‌ଆଇ ଏଜେଣ୍ଟ ଏବଂ ସାଇବର୍‌ ଅପରାଧୀଙ୍କୁ ସିମ୍‌ ଓ ପେଟିଏମ୍‌ ୱାଲେଟ୍‌ ବିକ୍ରି କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ଭୁବନେଶ୍ବରସ୍ଥିତ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଜେରା ପରେ ତାକୁ ଭୁବନେଶ୍ବର ଏସ୍‌ଡିଜେମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ଏସ୍‌ଟିଏଫ୍‌ ପୂର୍ବରୁ ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ବର୍ତ୍ତମାନ ବ୍ଲାକ-ବକ୍‌ ଫାସ୍‌ଟ୍ୟାଗ୍‌ ସଂସ୍ଥାରେ କାମ କରୁଥିବା ପ୍ରଦ୍ୟୁମ୍ନ ପୂର୍ବରୁ କିଛି ଘରୋଇ ମୋବାଇଲ ସର୍ଭିସ ପ୍ରୋଭାଇଡର୍‌ ସଂସ୍ଥା ପାଇଁ ସେଲ୍ସ ଏଗ୍‌ଜିକୁଟିଭ ଭାବେ କାମ କରୁଥିଲା। ସେତିକିବେଳେ ସେ ନକଲି ଡକୁ‌ମେଣ୍ଟରେ ପୁଳାପୁଳା ସିମ୍‌ ହାତେଇଥିଲା। ସେହି ସିମ୍‌କୁ ସେ ପଠାଣି ସାମନ୍ତ ଓ ଅନ୍ୟ ଏଜେଣ୍ଟକୁ ଦେଇଥିଲା। କେବଳ ପଠାଣିକୁ ସେ ୫୦୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ ଓ ୧୫୦ରୁ ଅଧିକ ପେଟିଏମ୍‌ ୱାଲେଟ୍‌ ଦେଇଥିଲା। ଏଗୁଡ଼ିକ ଭିତରୁ କିଛି ସିମ୍ ପାକିସ୍ତାନର କରାଚି, ବାଲୁଚିସ୍ତାନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ବ୍ୟବହାର କରୁଥିବା ଜଣାପଡ଼ିଛି।

ପ୍ରତି ୱାଲେଟ୍‌ ପାଇଁ ନେଉଥିଲା ୩ ହଜାର
ପ୍ରଦ୍ୟୁମ୍ନ ଓ ପଠାଣି ଗୋଟିଏ ଜିଲ୍ଲାର। ୨୦୧୯ ମସିହାରୁ ଦୁହିଁଙ୍କ ଚିହ୍ନାପରିଚୟ। ରାତାରାତି ଲକ୍ଷପତି ହେବା ପାଇଁ ପଠାଣି ତାକୁ ପ୍ରି-ଆକ୍ଟିଭେଟ୍‌ ସିମ୍‌ ଓ ପେଟିଏମ୍‌ ୱାଲେଟ୍‌ ଦେବା ପାଇଁ କହିଥିଲା। ଗୋଟିଏ ପେଟିଏମ୍‌ ୱାଲେଟ୍‌ ବାବଦକୁ ସେ ୩ ହଜାର ଟଙ୍କାର ଦେବ ବୋଲି କହିଥିଲା। ତା’ କହିବାନୁସାରେ ପ୍ରଦ୍ୟୁମ୍ନ ଲୋକମାନଙ୍କୁ ଭୁଆଁ ବୁଲାଇଥିଲା। ଯେଉଁମାନେ ତା’ ପାଖକୁ ସିମ୍‌ ନେବାକୁ ଆସୁଥିଲେ, ସେମାନଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ସେ ୫ ରୁ ୧୦ଟି ସିମ୍‌ ଆକ୍ଟିଭ୍‌ କରିନେଉଥିଲା। ସେହି ସିମ୍‌ ଜରିଆରେ ପେଟିମ୍‌ ୱାଲେଟ୍‌ ଖୋଲୁଥିଲା। ୱାଲେଟ୍‌ ଆକ୍ଟିଭ୍‌ ପରେ ଆଇଏସ୍‌ଆଇ ଏଜେଣ୍ଟ, ପିଆଇଓ ଓ ସାଇବର ଅପରାଧୀଙ୍କୁ ୱାଲେ୍‌ଟ୍‌ ଆଇଡି ଓ ପାର୍ସୱାର୍ଡ ପଠାଉଥିଲା। ତେବେ ପେଟିଏମ୍‌ ୱାଲେଟ୍‌ ବାବଦକୁ ପଠାଣି ଏଜେଣ୍ଟଙ୍କଠାରୁ ୧୫ହଜାର ଟଙ୍କା ଆଣୁଥିଲା ବୋଲି ଜେରା ବେଳେ ପ୍ରଦ୍ୟୁମ୍ନ ମାନିଛି। ‌ପଠାଣି ଗୋଟିଏ ୱାଲେଟ୍‌ରେ ଏତେ ଟଙ୍କା ପାଉଥିବା ବେଳେ ସେ ମାତ୍ର ୩ ହଜାର ଟଙ୍କା ପାଉଥିଲା।

ବାହାର ରାଜ୍ୟକୁ ଯିବ ସ୍ବତସ୍ତ୍ର ଟିମ୍‌
ପ୍ରଦ୍ୟୁମ୍ନ ସହ ଆହୁରି ୩- ୪ ସ୍ଥାନୀୟ ଯୁବକ ସାମିଲ୍‌ ଥିବା ଜଣାପଡ଼ିଛି। ସେମାନେ ମଧ୍ୟ ପ୍ରଦ୍ୟୁମ୍ନ ସହ ହାତ ମିଳାଇ ବିଭିନ୍ନ ସଂସ୍ଥାର ସିମ୍‌ ଆଇଏସ୍‌ଆଇ ଓ ସାଇବର ଅପରାଧୀଙ୍କୁ ଯୋଗାଉଥିଲେ। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଏହାଛଡ଼ା ବାହାର ରାଜ୍ୟର ମଧ୍ୟ କିଛି ଅପରାଧୀ ପ୍ରଦ୍ୟୁମ୍ନ ସହ ସାମିଲ୍‌ ଥିବା ଜଣାପଡ଼ିଛି। ଯେଉଁମାନେ ସିଧାସଳଖ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲେ। ସେମାନଙ୍କୁ ଗିରଫ ପାଇଁ ସ୍ବତନ୍ତ୍ର ଦୁଇଟି ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ଟିମ୍‌କୁ ବାହାର ରାଜ୍ୟକୁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe