ଭିମ୍‌ସାର୍‌ରେ ଆଉ ଜଣେ ବ୍ଲାକ୍‌ ଫଙ୍ଗସ୍‌ ସନ୍ଦିଗ୍ଧ

Advertisment
ଜାଲ୍‌ ସାର୍ଟିଫିକେଟ୍ କେଳେଙ୍କାରୀ: ଭିମ୍‌ସାର୍‌ରେ ବହୁ ନକଲି ସାର୍ଟିଫିକେଟ୍‌ଧାରୀ କର୍ମଚାରୀ!

New Indian Express

ସମ୍ବଲପୁର : ବୁର୍ଲା ଭିମ୍‌ସାର୍‌ରେ ଆଉ ଜଣେ ମ୍ୟୁକର୍‌ମାଇକୋସିସ୍ (ବ୍ଲାକ୍‌ ଫଙ୍ଗସ୍‌) ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ସେ ହେଉଛନ୍ତି ବରଗଡ଼ ଜିଲ୍ଲାର ଜଣେ ୩୫ ବ‌ର୍ଷୀୟା ମହିଳା। ସେ କ‌େରାନାରେ ଆକ୍ରାନ୍ତ ହୋଇ ବରଗଡ଼ ବିକାଶ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଆଖିରେ ଗୁରୁତର ସଂକ୍ରମଣ ଦେଖିବାକୁ ମିଳିଥିଲା। ଚିକିତ୍ସା ପାଇଁ ଶନିବାର ଭିମସାର୍‌କୁ ଆସିଥିବା ବେଳେ ମ୍ୟୁକର୍‌ମାଇକୋସିସ୍‌ ସଂଦେହରେ ଡାକ୍ତର ତାଙ୍କର ଏମ୍‌ଆର୍‌ଆଇ ସମେତ ବିଭିନ୍ନ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସେ ଭିମ୍‌ସାର୍‌ ଚକ୍ଷୁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ହିଷ୍ଟୋପାଥୋଲଜି ରିପୋର୍ଟକୁ ଅପେକ୍ଷା କରାଯାଇଛି।ଏହା ପୂର୍ବରୁ ଭିମସାର୍‌ ଇଏନ୍‌ଟି ୱାର୍ଡରେ ସେହି ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରଆଉ ଜଣେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe