ରାମମୂର୍ତ୍ତି ଗମାଙ୍ଗଙ୍କୁ ପୁଣି ଝଟ୍‌କା: ଦଣ୍ଡ କାଏମ ରହିଲା

Advertisment

ପତ୍ନୀ ହତ୍ୟା ଅଭିଯୋଗ ମାମଲାରେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।  ଭୁବନେଶ୍ବର ତୃତୀୟ ଅତିରିକ୍ତ ଦୌରାଜଜ୍ ଅଦାଲତ ୨୦୨୩ ଜୁନ୍୨୭ରେ ଦେଇଥିବା ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି।

ପତ୍ନୀ ହତ୍ୟା ଅଭିଯୋଗ ମାମଲାରେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।  ଭୁବନେଶ୍ବର ତୃତୀୟ ଅତିରିକ୍ତ ଦୌରାଜଜ୍ ଅଦାଲତ ୨୦୨୩ ଜୁନ୍୨୭ରେ ଦେଇଥିବା ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି।

ddgdagda

କଟକ/ରାୟଗଡ଼ା: ପତ୍ନୀ ହତ୍ୟା ଅଭିଯୋଗ ମାମଲାରେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।  ଭୁବନେଶ୍ବର ତୃତୀୟ ଅତିରିକ୍ତ ଦୌରାଜଜ୍ ଅଦାଲତ ୨୦୨୩ ଜୁନ୍୨୭ରେ ଦେଇଥିବା ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ରାୟ ବିରୋଧରେ ଶ୍ରୀ ଗମାଙ୍ଗ ଦାୟର କରିଥିବା ଅପିଲ୍‌କୁ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟରେ ଅପିଲ ଶୁଣାଣି ଚାଲିଥିବା ବେଳେ ଜାମିନରେ ଥିବା ଶ୍ରୀ ଗମାଙ୍ଗୋଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଗମାଙ୍ଗଙ୍କ ଅପିଲ୍‌ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଜାମିନରେ ଥିବା ଶ୍ରୀ ଗମାଙ୍ଗ ପୁଣି ଜେଲକୁ ଫେରିବା ନିଶ୍ଚିତ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୫ ଅଗଷ୍ଟ ୨୯ ତାରିଖ ଗଣେଶ ପୂଜା ଦିନ ସକାଳ ପ୍ରାୟ ୧୦ଟା ୪୫‌ରେ ଶ୍ରୀ ଗମାଙ୍ଗ ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଏମ୍‌ଏଲ୍‌ଏ କଲୋନି କ୍ବାର୍ଟର୍ସ ନଂ-ଡିଏସ୍-୧୮/୧ର ବାଥରୁମ୍‌ରେ ତାଙ୍କ ପତ୍ନୀ ଶଶିରେଖାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି। ପତ୍ନୀ ବାଥରୁମ୍‌ରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କୁ ମର୍ଣ୍ଣିଂଵାକ୍‌ରେ ଯିବା ପାଇଁ ପରାମର୍ଶ ଦେଉଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ହେଉଥିଲା। ଘଟଣା ଦିନ ସକାଳେ ସେମାନଙ୍କ ଭିତରେ ବଚସା ହୋଇଥିଲା। ସେ ବେଡ୍‌ରୁମରେ ଖବରକାଗଜ ପଢୁଥିବା ବେଳେ ପତ୍ନୀଙ୍କ ପାଟି ଶୁଣିଥିଲେ। ଘରୋଇ କାର୍ଯ୍ୟ କରୁଥିବା ସହଯୋଗୀଙ୍କ ସହିତ ସେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ବାଥ୍‌ରୁମ୍ କବାଟ ଭିତରୁ ବନ୍ଦ ଥିବା ବେଳେ ଭିତରୁ ଧୂଆଁ ବାହାରୁଛି। ଝରକା ଦେଇ ପାଣି ଭିତରକୁ ପକାଯାଇଥିଲା।

ଉପସ୍ଥିତ ବ୍ୟକ୍ତି ଜୋରଜବରଦସ୍ତ କବାଟ ଖୋଲି ଦେଖିବାକୁ ପାଇଥିଲେ ଯେ ଶିଶିରେଖା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ ଶଶିରେଖା ଶ୍ରୀ ଗମାଙ୍ଗଙ୍କ ଦ୍ବିତୀୟ ପତ୍ନୀ ହୋଇଥିବା ବେଳେ ବିଭିନ୍ନ କାରଣକୁ ନେଇ ସେମାନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଅତ୍ମହତ୍ୟା ନୁହେଁ, ଏହା ହତ୍ୟାକାଣ୍ଡ ଜଣାପଡ଼ିବା ପରେ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। ପ୍ରାୟ ଦୁଇ ମାସ ଜେଲ୍‌ରେ ରହିବା ପରେ ୧୯୯୫, ନଭେମ୍ବର ୧ରେ ସେ ଜାମିନ୍‌‌ରେ ମୁକୁଳିଥିଲେ। ଏହା ପରେ ଅଦାଲତରେ ମାମଲାର ଶୁଣାଣି ଚାଲିଥିଲା। ଏମ୍‌ପି/ଏମଏଲ୍‌ଏଙ୍କ ବିରୋଧରେ ରୁଜୁ ହେଉଥିବା ମାମଲାର ଶୁଣାଣି ଲାଗି ଭୁବନେଶ୍ବରଠାରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ହେବା ପରେ ମାମଲା ସେଠାକୁ ସ୍ଥାନାନ୍ତର ହୋଇଥିଲା। ସାକ୍ଷ୍ୟ ପ୍ରମାଣରୁ ପତ୍ନୀଙ୍କୁ ସେ ହତ୍ୟା କରିଥିବା ପ୍ରମଣିତ ହୋଇଛି ବୋଲି ଦର୍ଶାଇ ନିମ୍ନ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ।

ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତ ଶ୍ରୀ ଗମାଙ୍ଗଙ୍କୁ ଆଇପିସିର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା, ଦଫା ୨୦୧ରେ ୩ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଥିଲେ। ଫଳରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ଏହି ରାୟ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୩ ଜୁଲାଇ ୧୨ରେ ହାଇକୋର୍ଟ ଶ୍ରୀ ଗମାଙ୍ଗଙ୍କ ଅପିଲ୍‌କୁ ବିଚାର ପାଇଁ ଗ୍ରହଣ କରିବା ସହିତ ଜରିମାନା ଆଦାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହାପରେ ୨୦୨୩ ଅଗଷ୍ଟ ୧୧ରେ ହାଇକୋର୍ଟ ଶ୍ରୀ ଗମାଙ୍ଗଙ୍କୁ ଜାମିନ ମଞ୍ଜୁର କରିଥିଲେ। ସରକାରଙ୍କ ତରଫରୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe