ରାଜଧାନୀରେ ଆଉ ଏକ କ୍ୟାନସର୍ ହସ୍ପିଟାଲ: ୩ବର୍ଷରେ ନିର୍ମାଣ ସରିବ, ଖର୍ଚ୍ଚ ହେବ ୬୫୦କୋଟି

Advertisment

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦେବ ୧୦ ଏକର

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦେବ ୧୦ ଏକର

ରାଜଧାନୀରେ ଆଉ ଏକ କ୍ୟାନସର୍ ହସ୍ପିଟାଲ: ୩ବର୍ଷରେ ନିର୍ମାଣ ସରିବ, ଖର୍ଚ୍ଚ ହେବ ୬୫୦କୋଟି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଏବଂ ଟାଟା ଟ୍ରଷ୍ଟ ସହଯୋଗରେ ଭୁବନେଶ୍ବରର ନାଇଜର୍‌ କ୍ୟାମ୍ପସ ଠାରେ ଏକ ଆତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବ। ଏଥିପାଇଁ ୬୫୦କୋଟି ଖର୍ଚ୍ଚ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ସହ ଏନେଇ ଆଲୋଚନା କରିବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣରେ କେନ୍ଦ୍ର ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିପାଇଁ ନାଇଜର କର୍ତ୍ତୃପକ୍ଷ ୧୭ ଏକର ଜମି ପ୍ରଦାନ କରିଛନ୍ତି। ଅତିରିକ୍ତ ୧୦ ଏକର ଜମି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇ ଦେବ।

ଏହି କ୍ୟାନସର ହସ୍ପିଟାଲକୁ ଟାଟା ଟ୍ରଷ୍ଟ ନିର୍ମାଣ କରିବା ପରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବ। ହସ୍ପିଟାଲ ନିର୍ମାଣ ସହ କ୍ୟାମ୍ପସ ପରିସରରେ କର୍ମଚାରୀଙ୍କ ପାଇଁ ବାସଗୃହ, ରୋଗୀଙ୍କ ପାଇଁ ଧର୍ମଶାଳା, ହଷ୍ଟେଲ ନିର୍ମାଣ କରାଯିବ। ଆସନ୍ତା ୩ ବର୍ଷରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗୀୟ ମନ୍ତ୍ରଣାଳୟ ତରଫରୁ ଏକ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶାବାସୀ ଉପକୃତ ହୋଇପାରିବେ ଓ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଟାଟା ମେମୋରିଆଲ ସେଣ୍ଟରର ବରିଷ୍ଠ ଅଧିକାରୀ, ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ପରମାଣୁ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଉଦ୍ୟମରେ କ୍ୟାନସର ରୋଗୀଙ୍କର ଚିକିତ୍ସା ପାଇଁ ଇନ୍‌ଫୋଭ୍ୟାଲି-୨ ଠାରେ ବାଗ୍‌ଚୀ- ଶ୍ରୀ ଶଙ୍କର କ୍ୟାନସର୍ ହସ୍ପିଟାଲ, ବାଗ୍‌ଚୀ କରୁଣାଶ୍ରୟ ପେଲିଆଟିଭ୍ କେୟାରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହା ୨୦୨୪ରେ କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏଠାରେ କ୍ୟାନସର୍‌ ରୋଗୀଙ୍କୁ ବିଶ୍ବସ୍ତରୀୟ ଚିକିିତ୍ସା ଯୋଗାଇ ଦିଆଯିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe