ବିବନ ବିରୋଧରେ ଆଉ ଏକ ମାମଲା

Advertisment
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ବିବନ ଗିରଫ ଘଟଣା : ତଦନ୍ତ ଆରମ୍ଭ କଲା ସିବିଆଇ ଟିମ୍

କଟକ : ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ବିରୋଧରେ ସିବିଆଇ ଆଉ ଏକ ଅପରାଧିକ ମାମଲା ରୁଜୁ କରିବାକୁ ଯାଉଛି। ପୁଣେରେ ଥିବା ବେଳେ ବିବନ ନିଜ ପରିଚୟ ଜାଲିଆତି କରି ବ୍ୟାଙ୍କ୍‌ ପାସ୍‌ବୁକ ଖୋଲିଥିବାରୁ ଏକ ମାମଲା ରୁଜୁ କରାଯିବ। ଆସନ୍ତାକାଲି କଲିକତାସ୍ଥିତ ସିବିଆଇର ସ୍ବତନ୍ତ୍ର କ୍ରାଇମ୍‌ ୟୁନିଟର ଏକ ଟିମ୍‌ ଓଡ଼ିଶା ଆସୁଥିବା ଜଣାପଡ଼ିଛି।

୧୯୯୯ ଅଞ୍ଜନା ଗଣଦୁଷ୍କର୍ମ ଘଟଣା ପରେ ବିବନ ବିଶ୍ବାଳ ମୁମ୍ବାଇ-ପୁଣେ ରାସ୍ତାରେ ଲୋନାଵାଲାରେ ଥିବା ଆମ୍ବି ଭ୍ୟାଲିରେ ପାଣି ପାଇପ୍‌ ମିସ୍ତ୍ରି କାମ କରୁଥିଲା। କମିସନରେଟ୍‌ ପୁଲିସ ତାକୁ ଗଲା ୨୨ ତାରିଖରେ କାବୁ କରିଥିଲା। ପୁଲିସ ହାବୁଡ଼ରୁ ବଞ୍ଚିବା ପାଇଁ ବିବନ ବିଶ୍ବାଳ ନିଜ ନାଁ ଜଳନ୍ଧର ସ୍ବାଇଁ ଓ ବାପାଙ୍କ ନାଁ ପୂର୍ଣ୍ଣାନନ୍ଦ ବିଶ୍ବାଳ ବଦଳରେ ବିଶ୍ବନାଥ ସ୍ବାଇଁ ଲେଖିିଥିଲା। ପୁଣେରେ ଏଭଳି ନକଲି ପରିଚୟପତ୍ର ପ୍ରସ୍ତୁତ କରିବା ସହିତ ବ୍ୟାଙ୍କ୍‌ରେ ଜମା ଖାତା ବି ଖୋଲିଥିଲା। ଏହି ଖାତାରେ ବିବନର ଦରମା ଟଙ୍କା ଜମା ହେଉଥିଲା। ଅନ୍ୟପଟେ ଜଣେ ଅଭିଯୁକ୍ତ ଗିରଫ ହେବାର ୧୪ ଦିନ ମଧ୍ୟରେ ପୁଲିସ ରିମାଣ୍ତ ନେବାର ବ୍ୟବସ୍ଥା ଥିବା ବେଳେ ବିବନକୁ ରିମାଣ୍ତରେ ନେବା ପାଇଁ ସିିବିଆଇ ଆସନ୍ତା ସୋମବାର ସ୍ବତନ୍ତ୍ର ସିବିଆଇ ଅଦାଲତରେ ଆବେଦନ କରିବାର ସମ୍ଭାବନା ରହିଛି। ଏହାସହିତ ଜେଲରେ ଥିବା ବିବନର ଟିଆଇ ପରେଡ୍‌ ମାଜିଷ୍ଟ୍ରେଟ୍‌ଙ୍କ ସାମନାରେ ସିବିଆଇ କରିବାକୁ ଯାଉଛି। ପ୍ରକୃତରେ ସେହି ବ୍ୟକ୍ତି ବିବନ ବିଶ୍ବାଳ କି ନୁହେଁ, ସିବିଆଇ ସ୍ପଷ୍ଟ କରିବ। ଚୌଦ୍ବାର ଜେଲରେ ଥିବା ଧୀରେନ୍ଦ୍ର ଓରଫ ଟୁନିଆ ମହାନ୍ତିକୁ ମଧ୍ୟ ବିବନର ଫଟୋ ଦେଖାଇବ ସିବିଆଇ। ଆବଶ୍ୟକ ପଡ଼ିଲେ ବିବନକୁ ଧୀରେନ୍ଦ୍ର ସାମନାରେ ବ୍ୟକ୍ତିଗତ ହାଜର କରିବ। ଧୀରେନ୍ଦ୍ର ହିଁ ସ୍ପଷ୍ଟ କରିବ ଇଏ ୨୨ ବର୍ଷ ତଳର ସେହି ଗଣଦୁଷ୍କର୍ମର ମାଷ୍ଟରମାଇଣ୍ତ ବିବନ ନା ଜଳନ୍ଧର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe