www.vimsar.ac.in
ବୁର୍ଲା: ଆଜି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ରୋଗୀ କୋଭିଡ୍ରେ ଆକ୍ରାନ୍ତ ହୋଇ ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ସେ କିଡନୀ ରୋଗରେ ପୀଡ଼ିତ ଥିଲେ। ଆଜି ସେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପ୍ରଥମ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜିର ରୋଗୀଙ୍କୁ ମିଶାଇ ପ୍ରଥମ କୋଭିଡ୍ ହସ୍ପିଟାଲ୍ରେ ୧୦ଜଣ ରୋଗୀ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଡାକ୍ତରଖାନାର ପ୍ରଭାରୀ ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି।
ଅପରପକ୍ଷରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଭିମସାର୍ କୋଭିଡ୍ ହସ୍ପିଟାଲ୍ରେ କରୋନା ସହ ମୁକାବିଲା ପାଇଁ ଭିମ୍ସାର୍ରେ ଆବଶ୍ୟକ ସଂଖ୍ୟକ ଶଯ୍ୟା, ଆଇସିୟୁ ତଥା ଔଷଧ ମହଜୁଦ ରହିଛି କି ନାହିଁ ତାହାର ତଦାରଖ କରାଯାଇଥିଲା। କରୋନା ମୁକାବିଲା ପାଇଁ ଭିମସାର୍ ସବୁ କ୍ଷେତ୍ରରେ ସକ୍ଷମ ଅଛି ବୋଲି ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ କହିଛନ୍ତି। କେବଳ ଆର୍ଓ ପ୍ଲାଣ୍ଟ କାର୍ଯ୍ୟକ୍ଷମ ନଥିବାରୁ କୋଭିଡ୍ ହସ୍ପିଟାଲ୍ରେ ଡାଇଲିସିସ୍ ହୋଇପାରୁନାହିଁ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା କହାଯାଇଛି।
Follow Us