ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ସର୍ବାଧିକ ୧୧୯୭ଟି ନମୁନା ପରୀକ୍ଷା ଓ ନୂତନ ସଂକ୍ରମଣ ନାହିଁ

Advertisment
ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ସର୍ବାଧିକ ୧୧୯୭ଟି  ନମୁନା ପରୀକ୍ଷା ଓ ନୂତନ ସଂକ୍ରମଣ ନାହିଁ

ଭୁବନେଶ୍ବର : ବିଳମ୍ବିତ ରାତିରେ ମିଳିଛି ରାଜ୍ୟ ଲାଗି ଏକ ଖୁସି ଖବର ! ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ଆଜି ସର୍ବାଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି ଏବଂ କୌଣସି ନମୁନା ପଜିଟିଭ୍ ବାହାରି ନାହିଁ।

ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଟୁଇଟ୍ କରି ଜଣାଇଛି ସ୍ବାସ୍ଥ୍ୟ ବିଭାଗ। ଏଥିସହ ଆଜି ରାଜ୍ୟରେ କେହି ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ବୋଲି ସ୍ପଷ୍ଟ କରିଛି। ଫଳରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ସଂଖ୍ୟା ୧୯ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଚିକିତ୍ସିତ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ହ୍ରାସ ପାଇଛି।

ରାଜ୍ୟରେ ଆଜି ସର୍ବାଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇଥିବା ମଧ୍ୟ ଜଣାଇଛି ସ୍ବାସ୍ଥ୍ୟ ବିଭାଗ। ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ପରୀକ୍ଷାଗାରରେ ୧୧୯୭ଟି କୋଭିଡ୍୧୯ ନମୁନା ପରୀକ୍ଷା କରାଯାଇଛି ଆଉ ସବୁ ନମୁନା ନେଗେଟିଭ୍ ଆସିଛି। ଏହି କାରଣରୁ ସ୍ବାସ୍ଥ୍ୟ ବିଭାଗ ଆଜିର ଦିନକୁ ଏକ ଉଲ୍ଲେଖନୀୟ ଦିନ ବୋଲି ଟୁଇଟରେ ଅଭିହିତ କରିଛି।

ସୂଚନାଯୋଗ୍ୟ, ଓଡ଼ିଶାରୁ ଏ ପର୍ଯ୍ୟନ୍ତ ୬୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିରୁ ୪୫ ଜଣ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ, କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗର ମେଦିନିପୁର ଅଞ୍ଚଳରୁ ଭୁବନେଶ୍ୱରରେ ଚିକିତ୍ସା ହେବାକୁ ଆସି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe