କଟକ : ଏସ୍ସିବିରେ ପୁଣି ଡେଙ୍ଗୁ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମଞ୍ଜୁ ରାଉତ (୩୫) ଓ ତାଙ୍କ ଘର ପଶ୍ଚିମବଙ୍ଗରେ। ମଞ୍ଜୁ କଟକର ଏକ ଘରୋଇ ଚିକିିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସ˚କଟାପନ୍ନ ହେବାରୁ ଗଲା ୨୪ତାରିଖରେ ମଞ୍ଜୁଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଥିଲେ। ଆଜି ସକାଳ ୮ଟାରେ ତାଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ମଞ୍ଜୁଙ୍କୁ ମିଶାଇ ଚଳିତ ବର୍ଷ ୭ଜଣ ଡେଙ୍ଗୁ ରୋଗୀ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
ଏସ୍ସିବିରେ ପୁଣି ଡେଙ୍ଗୁ ମୃତ୍ୟୁ
Advertisment
Follow Us