କଟକ : ଏସ୍ସିବି ମେଡିକାଲ୍ରେ ଗତକାଲି ରାତିରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବାଲେଶ୍ୱର ଭୋଗରାଇ ଅଞ୍ଚଳର ଚନ୍ଦ୍ରକାନ୍ତ ଗିରି (୩୮)। ଏହାକୁ ମିଶାଇ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ଚନ୍ଦ୍ରକାଙ୍କ ମୃତ୍ୟୁର କାରଣ ଡେଙ୍ଗୁ ନା ଆଉକିଛି ତାହା ମେଡିକାଲ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଚନ୍ଦ୍ରକାନ୍ତ ଗତ ୩ ତାରିଖରେ ଡେଙ୍ଗୁ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କର ପାକସ୍ଥଳୀ ସଂକ୍ରମଣ ଥିଲା। ଏଥିସହିତ ଡେଙ୍ଗୁ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏସ୍ସିବି ମେଡିକାଲ୍ରେ ୫୪ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୨୩ଜଣ ମହିଳା ରୋଗୀ ଅଛନ୍ତି। ଏହାବ୍ୟତୀତ ୫ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି।
ଏସ୍ସିବିରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
Advertisment
Follow Us