ଆଉ ଏକ ହାତୀର ମୃତ୍ୟୁ, ଘଟଣାସ୍ଥଳକୁ ନେଇ ଟଣାଓଟରା

Advertisment
ସଙ୍କଟରେ ଗଜରାଜ: କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ

The Indian Express

ମାଧପୁର : ଆଠମଲ୍ଲିକ ବନଖଣ୍ଡରେ ପୁଣି ହାତୀ ମଡ଼କ। ମାଧପୁର ଓ ବାମୁର ରେଞ୍ଜ ସୀମା‌ ଶାନ୍ତିପୁର ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଆଜି ଏକ ମାଈହାତୀର ମୃତଦେହ ଠାବ କରାଯାଇଛି।

ହାତୀଟି ପ୍ରାୟ ୨ ଦିନ ତଳେ ମରିଥିବାବେଳେ ଏହାର ପାଟିରୁ ରକ୍ତ ଝରି ମାଟି ଭିଜିଥିବା ଦେଖାଯାଇଛି। ଏହାର ବୟସ ପ୍ରାୟ ୫ ବର୍ଷ ଏବଂ କୌଣସି କାରଣରୁ ପାହାଡ଼ରୁ ଖସିପଡ଼ି ହାତୀର ମୃତ୍ୟୁ ଘଟିଥିବା ବନବିଭାଗ ଅନୁମାନ କରୁଛି। ତେବେ, ହାତୀ ମୃତଦେହ ପଡ଼ିଥିବା ସ୍ଥାନକୁ ନେଇ ମାଧପୁର ଓ ବାମୁର ରେଞ୍ଜ୍‌ ମଧ୍ୟରେ ଟଣାଓଟରା ଚାଲିଛି। ଉକ୍ତ ସ୍ଥାନ ମାଧପୁର ରେଞ୍ଜ କିଆକଟା ସେକ୍ସନ କିଆକଟା ବିଟ୍‌ ଅଞ୍ଚଳର ବୋଲି କେତେକ କହୁଥିବାବେଳେ ଏହା ବାମୁର ରେଞ୍ଜ କଦଳୀମୁଣ୍ଡା ସେକ୍ସନ ଅନ୍ତର୍ଗତ ୪ ନମ୍ବର କମ୍ପାର୍ଟମେଣ୍ଟ ଅଞ୍ଚଳରେ ଯାଉଛି ବୋଲି ଅନ୍ୟ କେତେଜଣ ମତ ଦେଇଛନ୍ତି। ଆଠମଲ୍ଲିକ ବନ ବିଭାଗ ଏସିଏଫ୍‌ ଗୌରୀଶଙ୍କର ଦାଶ, କିଆକଟା ବିଟ୍‌ର ବନରକ୍ଷୀ ମୋନାଲିସା ପ୍ରଧାନ, କଦଳୀମୁଣ୍ଡା ସେକ୍ସନ ବନପାଳ ଶାନ୍ତନୁ ଦେହୁରୀ, ବାମୁର ରେଞ୍ଜର ଅଧିକାରୀ ସରୋଜ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଆଠମଲ୍ଲିକ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଅନେକ ହାତୀ ଦଳଦଳ ହୋଇ ବୁଲୁଛନ୍ତି। ସେଥିରୁ ୮ଟି ହାତୀ ଥିବା ଏକ ପଲ ମଧ୍ୟରୁ ଏହି ହାତୀଟି ମରିଥିବା ଜଣାପଡ଼ିଛି। ଏହାପୂର୍ବରୁ ଗ ୧୫ ତାରିଖରେ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ କିଆକଟା ସେକ୍ସନ ଘୋଡ଼ାଗାଡ଼ି ବିଟ୍‌ ଅନ୍ତର୍ଗତ ମୁଣ୍ଡାପଡ଼ା ଖେସରା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe