ବନ୍ତଳା ବନାଞ୍ଚଳରେ କରେଣ୍ଟ ଦେଇ ପୁଣି ହାତୀକୁ ହତ୍ୟା

Advertisment
ବନ୍ତଳା ବନାଞ୍ଚଳରେ କରେଣ୍ଟ ଦେଇ ପୁଣି ହାତୀକୁ ହତ୍ୟା

ବନ୍ତଳା : ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଆଜି ବିଦ୍ୟୁତ କରେଣ୍ଟ ଲଗାଇ ଦନ୍ତାକୁ ହତ୍ୟା କରାଯାଇଛି। ବନ୍ତଳା ବନାଞ୍ଚଳର କନ୍ତମେଘ ଗାଁରେ ଏଭଳି ବର୍ବରତା କାଣ୍ଡ ଦେଖିବାକୁ ମିଳିଛି। ସୂଚନା ମୁତାବକ, ତଳଗଡ଼ ପଞ୍ଚାୟତ କନ୍ତମେଘ ଗାଁ ଭିତରେ ଥିବା ଅନ୍ତର ସାହୁଙ୍କ ଘର ପଛ ପାର୍ଶ୍ୱରେ ଆଜି ସକାଳେ ଏକ ବଡ଼ ଦନ୍ତାହାତୀ ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ମୃତ ଦନ୍ତାର ଶୁଣ୍ଢରେ ଏକ ଖୋଲା ତାର ଗୋଡ଼ାଇ ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ତାର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ସେଠାରେ ଥିବା କଦଳୀ ବଗିଚାକୁ କଦଳୀ ଖାଇବା ଲୋଭରେ ଏହି ଦନ୍ତା ଯାଉଥିବା ବେଳେ ପୂର୍ବରୁ ଦିଆଯାଇଥିବା ବିଦ୍ୟୁତ କରେଣ୍ଟରେ ସେ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦନ୍ତାଟି ଟଳିପଡିଥିଲା। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ  ଗତମାସ ୧୫ତାରିଖରେ ଏହି ବନାଞ୍ଚଳର ବଡ଼ହିଁସ ଗାଁରେ ବିଦ୍ୟୁତରେ ଏକ ଦନ୍ତା ଶିକାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ ୨ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe