ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଫ‌ରେଷ୍ଟର, ୧.୪୧ କୋଟି ଟଙ୍କାର ସଂପତ୍ତି ଠାବ

Advertisment
ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଫ‌ରେଷ୍ଟର, ୧.୪୧ କୋଟି ଟଙ୍କାର ସଂପତ୍ତି ଠାବ

ସମ୍ବଲପୁର/ସୋନପୁର : ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନସ୍‌ ଜାଲରେ ପଡ଼ିଛନ୍ତି ଆଉ ଜଣେ କୋଟିପତି ଫରେଷ୍ଟର ଜଗବନ୍ଧୁ ବାରିକ। ସୋନପୁର ଜିଲ୍ଲା ବିନିକା ରେଂଜ ଅଫିସ୍ ଅଧୀନରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ସଂପତ୍ତି ୧ କୋଟି ୪୧ ଲକ୍ଷ ୬୮ ହଜାର ୫୫୭ ଟଙ୍କା।

ଶ୍ରୀ ବାରିକ ଆୟବର୍ହିଭୂତ ସଂପତ୍ତି ଠୁଳ କରିଥିବା ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ବଲାଂଗୀର ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍‌ଙ୍କ କୋର୍ଟରୁ ଜାରି ୱାରେଣ୍ଟ ବଳରେ ଆଜି ସମ୍ବଲପୁର ଭିଜିଲାନସ୍‌ ଡିଭିଜନ ପକ୍ଷରୁ ଏକ ସଂଗରେ ୩ଟି ଜାଗାରେ ଚଢ଼ଉ ହୋଇଥିଲା। ସୋନପୁର ଶାନ୍ତିପଡ଼ାରେ ଶ୍ରୀ ବାରିକଙ୍କ ପରିବାର ରହୁଥିବା ଦୁଇ ମହଲା କୋଠା, ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ନିର୍ମାଣାଧୀନ ତାଙ୍କ ଦୁଇ ମହଲା କୋଠା ଏବଂ ବିନିକା ରେଂଜ ଅଫିସରେ ୩ଟି ଭିଜିଲାନସ୍‌ ଟିମ୍ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଦୁଇଟି ୨ ମହଲା କୋଠା ଏବଂ ବୌଦ୍ଧ ଓ ସୋନପୁରରେ ଥିବା ୭ଟି ପ୍ଲଟ ଠାବ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୧ କୋଟି ୧୩ ଲକ୍ଷ ୭୯ ହଜାର ୨୪୩ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

publive-image

ଏହା ବ୍ୟତୀତ ତାଙ୍କ ଘରୁ ୪ ଲକ୍ଷ ୩୦ ହଜାର ୧୭୬ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ, ସୁନା ଓ ରୁପା ଅଳଙ୍କାର ରହିଛି। ତାଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୨୩ ଲକ୍ଷ ୨୬ ହଜାର ୮୭୮ ଟଙ୍କା ଜମା ରହିଛି। ଅପରପକ୍ଷରେ ତାଙ୍କ ଘରୁ ୩୨ ହଜାର ୨୬୦ ଟଙ୍କା ନଗଦ ଟଙ୍କା ମିଳିଛି। ସର୍ବମୋଟ ୧ କୋଟି ୪୧ ଲକ୍ଷ ୬୮ ହଜାର ୫୫୭ ଟଙ୍କାର ସଂପତ୍ତି ଠାବ କରାଯାଇଥିବା ସମ୍ବଲପୁର ଭିଜିଲାନସ୍‌ ଏସ୍‌ପିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ କଟକ ଭିଜିଲାନସ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଶ୍ରୀ ବାରିକଙ୍କଠାରୁ ସର୍ବମୋଟ ୧ କୋଟି ୫୪ ଲକ୍ଷ ୪୭ ହଜାର ୪୬୨ ଟଙ୍କାର ସଂପତ୍ତି ଠାବ କରଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଚଢ଼ଉରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଏମ.ମିଞ୍ଜ ଓ ସୁଜାତା ପଣ୍ଡା, ଇନ୍‌ସପେକ୍ଟର ସି.ବିଲୁଙ୍ଗ, ମାନସୀ ଜେନା, ତପସ୍ୱିନୀ ସେଠ, ତୁଷାରକାନ୍ତ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe