ଝାରସୁଗୁଡ଼ାରୁ ପୁଣି ଜଣେ ନାବାଳକ ଅପହୃତ

ଝାରସୁଗୁଡ଼ାରୁ ପୁଣି ଜଣେ ନାବାଳକ ଅପହୃତ

ଝାରସୁଗୁଡ଼ା : ଝାରସୁଗୁଡ଼ାର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା ସାରାରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଜଣେ ନାବାଳକ ଅପହରଣ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଲିସ୍‌ ଚିନ୍ତାରେ ଥିବାବେଳେ ଲୋକେ ବି ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସୂଚନା ଅନୁସାରେ, ଝାରସୁଗୁଡ଼ା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କ ମା’‌ ଅସୁସ୍ଥ ହେବାରୁ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହିସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିବାବେଳେ ଘରେ ନାବାଳକ ଓ ତାଙ୍କର ଭାଇ ଥିଲେ। ସେହିଦିନ ଅପରାହ୍ନରେ ହିଁ ନାବାଳକ ଘରୁ ବାହାରେ ଛିଡ଼ା ହୋଇଥିବା ବେଳେ ଏହା ପରଠାରୁ ତାଙ୍କର ଆଉ କୌଣସି ଖୋଜ୍‌ ଖବର ମିଳୁନାହିଁ। ଶନିବାର ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରିଥିଲେ। ତଥାପି ନାବାଳକଙ୍କର କୌଣସି ପତ୍ତା ମିଳି ନଥିଲା। ଏହାପରେ ରବିବାର ସକାଳୁ ସେମାନେ ଝାରସୁଗୁଡ଼ା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଅପହରଣକାରୀଙ୍କ ଫୋନ୍‌ କଲ୍‌ ଆସି ନଥିବା କୁହାଯାଇଛି।

ଝାରସୁଗୁଡ଼ା ଥାନା କର୍ତ୍ତୃପକ୍ଷ ଅପହରଣ ଘଟଣାକୁ ସତ ବୋଲି କହିଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe