ହାଇଦ୍ରାବାଦରେ ଆଉଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ପଣ୍ଡିଗାଁ : ଗତ ଏକସପ୍ତାହ ମଧ୍ୟରେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରୁ ରାଜ୍ୟ ବାହାରକୁ ଯାଇଥିବା ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ଦିନ ହାଇଦ୍ରାବାଦର ଗାନ୍ଧିପେଟାରେ ଆଉଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ମୃତକ ଶ୍ରମିକ ହେଲେ, ବନ୍ଧକନା ପଞ୍ଚବଟିପଡ଼ାର କାର୍ତ୍ତିକ ପାତ୍ର ହାରାମାଲ। କାର୍ତ୍ତିକ ଦୁଇମାସ ତଳେ ବନ୍ଧକନାର ଅନ୍ୟ ଶ୍ରମିକମାନଙ୍କ ସହ ଗାନ୍ଧିପେଟାକୁ କାମ କରିବାକୁ ଯାଇଥିଲେ। ସେଠାରେ ଥିବା ଏନ୍‌ଏନ୍‌ ଇନଫ୍ରା କମ୍ପାନିର ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ଶ୍ରମିକମାନେ ଦିନ ୧୦ଟା ବେଳେ ତାଙ୍କ ପରିବାର ଲୋକଙ୍କୁ ଫୋନ୍‌କରି କାର୍ତ୍ତିକ ରାତିରେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ମୃତ୍ୟୁର କାରଣ ସମ୍ପର୍କରେ କିଛି କହି ନ ଥିଲେ। କାର୍ତ୍ତିକଙ୍କ ମୃତ୍ୟୁ ପରେ ତାଙ୍କ ମା’, ବିଧବା ପତ୍ନୀ ଓ ଦୁଇସନ୍ତାନ ଅସହାୟ ହୋଇ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe