ଆଇଏଏସ୍‌ ବିଜୟକେତନ ଉପାଧ୍ୟାୟ ଗିରଫ ହେବା ଘଟଣା: ଆଉ ଜଣେ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ସମ୍ବଲପୁର : ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

telegraph.co.uk

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଆଇଏଏସ୍‌ ବିଜୟକେତନ ଉପାଧ୍ୟାୟଙ୍କ ସହ ଅନ୍ୟ ଅଧିକାରୀଙ୍କ ମଧ୍ୟ ସଂପୃକ୍ତି ଥିବା ଜଣାପଡ଼ିଛି। କୃଷି ନିର୍ଦ୍ଦେଶାଳୟର ଏମ୍‌ଆଇଏସ୍‌ କାର୍ଯ୍ୟନିର୍ବାହୀ ପୀତବାସ ପ୍ରଧାନ ଗିରଫ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଆଇଏଏସ୍‌ ବିଜୟ କେତନଙ୍କ ସହ ଲିଙ୍କ ଥିବାରୁ ଭିଜିଲାନ୍ସ ପିତବାସ ପ୍ରଧାନଙ୍କୁ ଗିରଫ କରିଛି। ବିଜୟକେତନଙ୍କୁ କୃଷି ନିର୍ଦ୍ଦେଶାଳୟର ଅଧିକାରୀ ସହଯୋଗ କରୁଥିଲେ ବୋଲି ଭିଜିଲାନ୍ସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଉଦ୍ୟାନ ବିିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜଣେ ବ୍ୟକ୍ତିଙ୍କଠାରୁ ବିଲ୍‌ ପାସ୍‌ କରାଇବା ଲାଗି ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଆଇଏଏସ୍‌ ଉପାଧ୍ୟାୟଙ୍କୁ ଧରି ପକାଇଥିଲେ।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରିତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିଜୟ କେତନଙ୍କୁ ଧରିବାର ପ୍ରାୟ ୧୦ ଦିନ ପୂର୍ବରୁ ଭିଜିଲାନ୍‌ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe