ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଆଉ ଜଣେ ରୋଗୀ ମୃତ

ଏସ୍‌ସିବିରେ ୟୁରୋଲୋଜି କର୍ମଶାଳା: ୨୦ ଜଣଙ୍କ ଲାଇଭ୍ ଅସ୍ତ୍ରୋପଚାର

indianadmissionsguru.com

କଟକ : ଏସ୍‌ସିବିରେ ଦେଶର ପ୍ରଥମ ମାଗଣା ଏକ୍‌ମୋ ଚିକିତ୍ସା ବ୍ୟବସ୍ଥାକୁ ଆଜି ୨୦ ଦିନ ପୂରିଛି। ଏହି ସମୟ ଭିତରେ ମୋଟ ୪ ଜଣ ରୋଗୀ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ସକାଳେ ଭୁବନେଶ୍ବର ଖାରାବେଳନଗର ୟୁନିଟ୍‌ -୨ ଅଞ୍ଚଳର ଦିଲ୍ଲୀପ ଅଗ୍ରୱାଲ(୫୭)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ସ୍ବାସ୍ଥ୍ୟ ବିଭାଗର ଉପ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ଉଲ୍ଲେଖଯୋଗ୍ୟ, ଶ୍ରୀ ଅଗ୍ରୱାଲ ଗଲା ୧୧ ତାରିଖରେ ଏଠାକୁ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ଏଠାରେ ପ୍ରଥମ ରୋଗୀଭାବେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ବଡକ୍ଷୀର ଗ୍ରାମର ଅନ୍ନପୂର୍ଣ୍ଣା ନାୟକ ବର୍ତ୍ତମାନ ଏକମାତ୍ର ରୋଗୀ ଭାବେ ଏକ୍‌ମୋ ୟୁନିଟ୍‌ରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe