ଭତ୍ତା ପାଇଁ ଆଉ ଏକ କରୁଣ ଦୃଶ୍ୟ...: ‘୮୦ବର୍ଷ ବୟସରେ ଚାଲୁଛନ୍ତି ୨ କିମି’

ଭତ୍ତା ପାଇଁ ଆଉ ଏକ କରୁଣ ଦୃଶ୍ୟ...: ‘୮୦ବର୍ଷ ବୟସରେ ଚାଲୁଛନ୍ତି ୨ କିମି’

ପିପିଲି : ଭତ୍ତା ପାଇବା ପାଇଁ ବୃଦ୍ଧବୃଦ୍ଧାମାନେ ଦୀର୍ଘପଥ ଚାଲିବା କିଛିଦିନ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସମାନ ଏକ ଘଟଣା ସାମ୍‌ନାକୁ ଆସିଛି। ଭତ୍ତା ପାଇବା ପାଇଁ ଜ‌ଣେ ୮୦ବର୍ଷର ବୃଦ୍ଧଙ୍କୁ ୨କିମି ବାଟ ଚାଲିବାକୁ ପଡ଼ୁଛି।

ଏହି ବୟସ୍କ ବ୍ୟକ୍ତି ହେଉଛନ୍ତି, ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଚନ୍ଦ୍ରାଦେଇପୁର ପଞ୍ଚାୟତ ୧ ନମ୍ବର ୱାର୍ଡର ନାରାୟଣ ସ୍ବାଇଁ। ନାରାୟଣ କୁହନ୍ତି ଯେ, ତାଙ୍କୁ ଭତ୍ତା ପାଇଁ ୨କିମି ଦୂର ବଳଙ୍ଗା ଗ୍ରାମବ୍ୟାଙ୍କ ଯିବାକୁ ପଡ଼ୁଛି। ଚାଲିଚାଲି ଗଲାବେଳେ ଗୋଡ଼ ଭଲ ନଥିବାରୁ ବାଟରେ ତାଙ୍କୁ ପ୍ରାୟ ଦଶବାର ଥର ବିଶ୍ରାମ ନେବାକୁ ପଡ଼ୁଛି। ଏହି କଷ୍ଟରୁ ବର୍ତ୍ତିବା ପାଇଁ ତାଙ୍କୁ ଘରପାଖରେ ଭତ୍ତା ମିଳୁ ବୋଲି ପ୍ରଶାସନ ତଥା ସରକାରଙ୍କ ନିକଟରେ ନେହୁରା ହୋଇଛନ୍ତି ନାରାୟଣ। ଖାଲି ନାରାୟଣ ନୁହନ୍ତି, ଭତ୍ତା ପାଇଁ ଶତାଧିକ ଦିବ୍ୟାଙ୍ଗ ଓ ବୟସାଧିକ ହିତାଧିକାରୀଙ୍କୁ ବଡ଼ ଦୟନୀୟ ଅବସ୍ଥାରେ ଯାତାୟାତ କରିବାକୁ ପଡ଼ୁଛି।

ଏ ସମ୍ପର୍କରେ ଚନ୍ଦ୍ରାଦେଇପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ଦାଶଙ୍କୁ ପଚାରିବାରେ ବ୍ଲକ୍‌ ପ୍ରଶାସନର ନିର୍ଦ୍ଦେଶରେ ହିତାଧିକାରୀଙ୍କ ଭତ୍ତା ଟଙ୍କା ବ୍ୟାଙ୍କକୁ ପଠାଯାଉଛି ବୋଲି ସେ କହିଥିଲେ। ହେଲେ, ଚଳପ୍ରଚଳ ଅକ୍ଷମ ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବା ପ୍ରସଙ୍ଗକୁ ସେ ଏଡ଼ାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe