ରାଉରକେଲାରେ ପୁଣି ନାବାଳିକାଙ୍କୁ ଗଣଦୁଷ୍କର୍ମ: ୫ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା

Advertisment

ରାଉରକେଲାର ଜନଗହଳିପୂର୍ଣ୍ଣ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ ପାଚେରି କଡ଼ ପରିତ୍ୟକ୍ତ ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ୭ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ଘଟଣା ଜନମାନସରୁ ଲିଭି ନଥିବାବେଳେ ଏବେ ପୁଣି ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।

ରାଉରକେଲାର ଜନଗହଳିପୂର୍ଣ୍ଣ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ ପାଚେରି କଡ଼ ପରିତ୍ୟକ୍ତ ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ୭ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ଘଟଣା ଜନମାନସରୁ ଲିଭି ନଥିବାବେଳେ ଏବେ ପୁଣି ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।

gdjdgjgy

ରାଉରକେଲା: ରାଉରକେଲାର ଜନଗହଳିପୂର୍ଣ୍ଣ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ ପାଚେରି କଡ଼ ପରିତ୍ୟକ୍ତ ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ୭ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ଘଟଣା ଜନମାନସରୁ ଲିଭି ନଥିବାବେଳେ ଏବେ ପୁଣି ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଷ୍କର୍ମ ପରେ ପୀଡ଼ିତା ନାବାଳିକା (୧୭)ଙ୍କୁ ୫ ଜଣ ଅଭିଯୁକ୍ତ ରାତିରେ ରାସ୍ତାରେ ଛାଡ଼ି ପଳାଇ ଯାଇଥିଲେ। ଇସ୍ପାତ ସହରରେ ଲଗାତାର ଏଭଳି ଘଟଣା ଜନମାନସରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ଗତ ୨୨ ତାରିଖ ରାତି ପ୍ରାୟ ୮ଟାରେ ପାୱାର ହାଉସ୍‌ ଅଞ୍ଚଳର ଜଣେ ନାବାଳିକା ଦୁଇଜଣ ବନ୍ଧୁ ବାଦଶାହ ଓ ଅନ୍ୟଜଣଙ୍କ ସହ ସପିଂ ମଲ୍‌ ଯିବାକୁ କହି ଘରୁ ବାହାରିଥିଲେ। ତେବେ ଦୁଇ ପୁରୁଷ ବନ୍ଧୁ ନାବାଳିକାଙ୍କୁ ସପିଂ ମଲ୍‌ ନେବା ପରିବର୍ତ୍ତେ ପାନପୋଷ ରୋଡ୍‌ରେ ଥିବା ହୁଡ୍‌ଦଙ୍ଗ ରେସ୍ତୋରାଁ ଓ ବାର୍‌କୁ ନେଇଥିଲେ। ରେସ୍ତୋରାଁରେ ଆଉ ଜଣେ ପୁରୁଷ ବନ୍ଧୁ ପହଞ୍ଚିବା ପରେ ସମସ୍ତେ ମିଶି ମଦ ପିଇଥିଲେ। ତେବେ ପୀଡ଼ିତା କେବଳ ଖିଆପିଆ କରିଥିଲେ। କିଛି ସମୟ ପରେ ତିନି ଅଭିଯୁକ୍ତ ପୀଡ଼ିତାଙ୍କୁ ଘରକୁ ଯିବା କହି ରେସ୍ତୋରାଁରୁ ବାହାରି ଆସିଥିଲେ। କିନ୍ତୁ ସେମାନେ ଘରକୁ ଯିବା ପରିବର୍ତ୍ତେ ପୀଡ଼ିତାଙ୍କ ମୁହଁକୁ ବନ୍ଦକରି ଆର୍‌ଏସ୍‌ପି ପ୍ରାଶାସନିକ ଭବନ ସମ୍ମୁଖ ଆର୍‌ଏମ୍‌ସି ପାର୍କ ଭିତରକୁ ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ମୁଖ୍ୟ ଅଭିଯୁକ୍ତ ବାଦଶାହ ଦୁଷ୍କର୍ମ ସମୟର ଆପତ୍ତିଜନକ ଫଟୋ, ଭିଡିଓ ରେକର୍ଡିଂ କରି ଘଟଣା ପ୍ରଘଟ ନ କରିବାକୁ ଧମକଚମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ପୀଡ଼ିତା ସାହସ ଜୁଟାଇ ରିଂ ରୋଡ୍‌ ପାଖକୁ ଆସିଥିଲେ। ଏତିକିବେଳେ ରାସ୍ତାରେ ଯାଉଥିବା ଜଣେ ବନ୍ଧୁ ଦୀପକ ସୋନକାରଙ୍କ ସହ ପୀଡ଼ିତାଙ୍କର ଦେଖାହୋଇଥିଲା। ସେତେବେଳକୁ ବିଳମ୍ବିତ ରାତି ହୋଇ ଯାଇଥିବାରୁ ପୀଡ଼ିତା ଘରକୁ ନଯାଇ ରେଳ ଷ୍ଟେସନ ଅଞ୍ଚଳର ଏକ ହୋଟେଲ୍‌ରେ ରାତ୍ରିଯାପନ କରିବାକୁ କହିଥିଲେ। ଦୀପକ ଏକ ହୋଟେଲ୍‌ ରୁମ ଯୋଗାଇ ଦେବାକୁ କହି ତାଙ୍କୁ ବାଇକ୍‌ରେ ନେଇ ଯାଇଥିଲା। ତେବେ ରେଳ ଷ୍ଟେସନ ପାଖରେ ଦୀପକ ମଧ୍ୟ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏହା ପରେ ଦୀପକ ପୀଡ଼ିତାଙ୍କୁ ହୁଡ୍‌ଦଙ୍ଗ ରେସ୍ତୋରାଁ ଓ ବାର୍‌ ସମ୍ମୁଖରେ ଛାଡ଼ି ଫେରାର ହୋଇ ଯାଇଥିଲା।

ବିଳମ୍ବିତ ରାତି ଯାଏ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ଭୋର୍‌ ୩ଟାରେ ତାଙ୍କୁ ହୁଡ୍‌ଦଙ୍ଗ ରେସ୍ତୋରାଁ ସମ୍ମୁଖରୁ ଠାବ କରିଥିଲେ। ଏତଲା ହେବା ପରେ ରଘୁନାଥପାଲି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ଲାଗି ଅତିରିକ୍ତ ଏସ୍‌ପି ପି.ଏସ୍‌.ନାୟକ, ପାନପୋଷ ଏସ୍‌ଡିପିଓଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରାଯାଇଛି। ମଙ୍ଗଳବାର ରାତିତମାମ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଖୁବ୍‌ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe