ଓଡ଼ିଆ ବୈଜ୍ଞାନିକ ଜ୍ୟୋତିରଞ୍ଜନଙ୍କ ଆଉ ଏକ ସଫଳତା: ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିରଞ୍ଜନଙ୍କ ଆଉ ଏକ ସଫଳତା: ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ

ଦଶପଲ୍ଲା : ଆମେରିକାରେ ଗବେଷଣାରତ ଓଡ଼ିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଂଜନ ବେହେରାଙ୍କୁ ମିଳିଛି ଆଉ ଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସୀ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶ ପାଇଁ ଏହା ଗୌରବର ବିଷୟ। ଏହି ପତ୍ରିକାରେ ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି। ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର।

publive-image

ଜ୍ୟୋତିରଂଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବସିତ। ସେ ଗଛରୁ କିଭଳି ତୈଳ ଉତ୍ପାଦନ ବୃଦ୍ଧି କରାଯାଇପାରିବ ତାହାର ଉପାୟ ଆବିଷ୍କାର କରିଛନ୍ତି। ମୁଖ୍ୟତଃ ତାଙ୍କ ଦ୍ବାରା ଆବିଷ୍କୃତ ପ୍ରଣାଳୀ ଦ୍ବାରା ଶରୀର ପାଇଁ ଉପକାରୀ ତେଲ ଗଛମାନଙ୍କରୁ ଉତ୍ପାଦନ କରାଯାଇପାରିବ। ଏହା ଦ୍ବାରା ହୃଦ୍‌ରୋଗ ଦୂର ହୋଇପାରିବ ଏବଂ ରକ୍ତରେ କୋଲେଷ୍ଟରାଲ୍‌ର ମାତ୍ରା ମଧ୍ୟ କମ୍ କରାଯାଇପାରିବ। ଏତଦ୍‌ବ୍ୟତୀତ ଅନ୍ୟ ବୃକ୍ଷରୁ ଯାନବାହନରେ ବ୍ୟବହୃତ ଇନ୍ଧନର ସାମଞ୍ଜସ୍ୟ ତୈଳ ମଧ୍ୟ ଉତ୍ପାଦନ କରାଯାଇପାରିବ। ଯାହା ଦ୍ବାରା କି ଭବିଷ୍ୟତରେ ପେଟ୍ରୋଲିୟମ୍‌ର ବିକଳ୍ପ ଭାବରେ ଏହାକୁ ବ୍ୟବହାର କରାଯାଇପାରିବ। ଉତ୍ପାଦନ ବୃଦ୍ଧି ସହିତ ତୈଳ ଜାତୀୟ ଦ୍ରବ୍ୟର ମୂଲ୍ୟ କମ୍ ହେବ। ଲୋକଙ୍କ ଚାହିଦା ପୂରଣ କରିବା ସହ ଏହା ପରିବେଶ ପ୍ରଦୂଷଣ କମ୍ କରିବାରେ ସହାୟକ ହେବ। ଜ୍ୟୋତିରଂଜନଙ୍କ ଗବେଷଣାର ଫଳାଫଳ ମଧ୍ୟ ଭବିଷ୍ୟତ ପାଇଁ ଅଧିକ ଗବେଷଣାରେ ବାଟ ଖୋଲି ଦେଇଛି। ସେ ବର୍ତ୍ତମାନ ଆମେରିକା ଇଷ୍ଟ ଟେନିସୀ ଷ୍ଟେଟ୍ ୟୁନିଭର୍ସିଟିରେ ପିଏଚ୍‌ଡି କରୁଛନ୍ତି।

publive-image

ସୂଚନା ଥାଉକି, ସେ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ସେ ଆମେରିକାର ହେନ୍‌ରି ଡୋନିୟେଲି ଇଣ୍ଟରନ୍ୟାସନାଲ ରିସର୍ଚ୍ଚ ସ୍କଲାର୍‌ ଆୱାର୍ଡର ପ୍ରଥମ ସଂସ୍କରଣରେ ସମସ୍ତ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରସ୍କୃତ ହୋଇଥିବା ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କ କହିବା ମୁତାବକ ଦୁନିଆର ସମସ୍ତ ଜଟିଳ ସମସ୍ୟା ଏକ ସରଳ ପଦକ୍ଷେପ ଦ୍ବାରା ହିଁ ସମାଧାନ କରାଯାଇପାରିବ। ତାଙ୍କର ସଫଳତାର ଶ୍ରେୟ ସେ ପିତାମାତାଙ୍କୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe