ବରଗଡ଼ରେ ଆଉ ଏକ ଅନ୍ଧବିଶ୍ବାସର କାହାଣୀ : ନିଆଁରେ ପୋଡ଼ିଯାଇଥିବା ଝିଅକୁ ଗୁଣିଗାରେଡ଼ି ଚିକିତ୍ସା

Advertisment
ସମ୍ପତ୍ତି ଲୋଭରେ ପୁଅକୁ ଜାଳିଲା ବାପା

iDiva

ଅତାବିରା : ବରଗଡ଼ ଉପକଣ୍ଠ ଡାଙ୍ଗଠାରେ ମୃତ ବ୍ୟକ୍ତି ପୁଣି ଜୀବିତ ହେବା ଆଶାରେ ପରିବାର ଲୋକେ ଶବକୁ ୧୦ ଦିନ ଧରି ଘର ଭିତରେ ରଖିବା ଘଟଣା ଗତକାଲି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ପୁଣି ଏହି ଜିଲ୍ଲାର ଅତାବିରା ବ୍ଲକ୍‌ରୁ ଆଉ ଏକ ଅନ୍ଧବିଶ୍ବାସର କାହାଣୀ ସାମନାକୁ ଆସିଛି। ଖରମୁଣ୍ଡା ପଂଚାୟତ ରୁଣିପାଲି ଗାଁରେ ନିଆଁରେ ପୋଡ଼ି ହୋଇଯାଇଥିବା ଏକ ଝିଅକୁ ଡାକ୍ତରଖାନା ନିଆଯିବା ବଦଳରେ ଦୀର୍ଘ ୮ ଦିନ ଗୁଣିଗାରେଡ଼ି ଭରସାରେ ଛାଡ଼ି ଦିଆଯାଇଥିବା କଥା ପଦାକୁ ଆସିଛି। ଝିଅଟିର ସ୍ବାସ୍ଥ୍ୟ ଅତ୍ୟଧିକ ବିଗିଡ଼ିବାରୁ ତାକୁ ଶେଷରେ ବୁର୍ଲା ମେଡିକାଲ୍‌ରେ ଭର୍ତି କରାଯାଇଛି।

publive-imageରୁନିପାଲି ଖ୍ରୀଷ୍ଟିଆନ ପଡ଼ାର ଫିଲିପସ୍ ସୋରେନ୍‌ଙ୍କ ତିନି ବର୍ଷ ଝିଅ ବିମଳା ଗତ ୩୧ ତାରିଖ ରାତିରେ ଖେଳୁଥିବା ବେଳେ ଡିବିରିରେ ପୋଡ଼ି ଯାଇଥିଲା। ଝିଅର ଅଣ୍ଟା‌ରୁ ‌ତଳକୁ ପୋଡ଼ି ଯାଇଥିଲା। ଫିଲିପସ୍ ଓ ତାଙ୍କ ପତ୍ନୀ କୃଷି ଶ୍ରମିକ ଭାବେ କାମ କରିଥାନ୍ତି। ଆବଶ୍ୟକ ପରାମର୍ଶ ଅଭାବରୁ ଲୋକଙ୍କ କଥା ଶୁଣି ଗୁଣିଗାରେଡ଼ିରେ ଉପଚାର କରିଥିଲେ। ପରେ ଗ୍ରାମର କ୍ବାକ୍‌ଙ୍କୁ ଦେଖାଇଥିଲେ। ଝିଅର ଅବସ୍ଥା ସଂକଟାପନ୍ନ ହେବା ଦେଖି ଜୟନ୍ତ ପ୍ରଧାନ ନାମକ ବ୍ୟକ୍ତି ମୋବାଇଲ୍‌ ଭିଡିଓ ମାଧ୍ୟମରେ ବିଜେପୁର ଡାକ୍ତରଖାନାର ଜଣେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଝିଅକୁ ତୁରନ୍ତ ଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଜୟନ୍ତ ଓ ତାଙ୍କ ସାଥୀ ଗୁଡ୍ଡୁ ‌କ୍ଷତ୍ରୀ ଝିଅକୁ ପିତା-ମାତା ସହ ବୁର୍ଲା ମେଡିକାଲ୍‌ ନେଇଥିଲେ। ଝିଅର ପୋଡ଼ା ସ୍ଥାନ ସଂକ୍ରମିତ ହୋଇଯାଇଛି। ତାକୁ ବର୍ଣ୍ଣ ୟୁନିଟ୍‌ରେ ରଖାଯାଇଛି। ସେଠାରେ ଚିକିତ୍ସା ପରେ ଅବସ୍ଥାରେ ସାମାନ୍ୟ ସୁଧାର ଆସୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe