ଆଉ ଦୁଇ ଦିନ କାଳବୈଶାଖୀ

Advertisment

ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ଓ କୁଆପଥର ବର୍ଷା ହୋଇପାରେ। ଏବେ ଏକ ଟ୍ରଫ୍‌ ଲାଇନ୍‌ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଅଂଶ ଉପରେ ଥିବା ଘୂର୍ଣ୍ଣିବଳୟଠାରୁ ଉପକୂଳ ଓଡ଼ିଶା ଦେଇ ଉତ୍ତର ଉପକୂଳ....

rain

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ଓ କୁଆପଥର ବର୍ଷା ହୋଇପାରେ। ଏବେ ଏକ ଟ୍ରଫ୍‌ ଲାଇନ୍‌ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଅଂଶ ଉପରେ ଥିବା ଘୂର୍ଣ୍ଣିବଳୟଠାରୁ ଉପକୂଳ ଓଡ଼ିଶା ଦେଇ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚରେ ଅବସ୍ଥିତ ରହିଛି। ଏଥିସହ ଉତ୍ତର ଉପକୂଳ ଓଡ଼ିଶା ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚରେ ଏକ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ କାଳବୈଶାଖୀ ପ୍ରଭାବ ଲାଗିରହିବ।

ସୋମବାର ସକାଳ ସୁଦ୍ଧା ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe