କବାଟ ନଥିବା ଆଉ ଏକ ଗାଁ: ମାଝିସାହି

କବାଟ ନଥିବା ଆଉ ଏକ ଗାଁ: ମାଝିସାହି

ଢେଙ୍କାନାଳ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ୍‌ ଅନ୍ତର୍ଗତ ସିଆଳିଆ ଏକ କବାଟ ନଥିବା ଗାଁ ଭାବେ ପରିଚିତ୍। ଏହି ଗାଁ ଅନେକଥର ଚର୍ଚ୍ଚାର ପରିସରକୁ ଆସିଛି। ଏବେ ବି ଯେଉଁମାନେ ମାଟିଘର ତୋଳୁଛନ୍ତି କବାଟ ଲଗାଉନଥିବାବେଳେ କୋଠାଘରେ କେବଳ ଗ୍ରିଲ୍‌ ଲାଗୁଥିବା ଦେଖିବାକୁ ମିଳୁଛି। ଢେଙ୍କାନାଳ ଜିଲ୍ଲାରେ ଏବେ ସେହିଭଳି ଏକ ଗଁା ନଜରକୁ ଆସିଛି। ଗଁାର ନଁା ହେଉଛି ମାଝିସାହି, ଯାହାକି ଢେଙ୍କାନାଳ ସହର ଠାରୁ ୧୦ କିମି ଦୂରରେ ଅବସ୍ଥିତ।

ମାଝିସାହିରେ ଆଦିବାସୀମା‌ନେ ବାସ କରୁଛନ୍ତି। ଏଠାରେ ମାଟିରେ ତିଆରି ଘରଗୁଡିକ କୌଣସି କୋଠାଘର ଠାରୁ କମ୍ ନୁହଁ, ହେଲେ ଘରଗୁଡ଼ିକରେ ଗୋଟିଏ ହେଲେ କବାଟ ନାହିଁ। ରାଜରାଜୁଡ଼ା ଅମଳରୁ ଗଢି ଉଠିଥିବା ଏହି ଆଦିବାସୀ ବସ୍ତିରେ ଚୋରି-ନାରୀର ଭୟ ନାହିଁ କି ଜଙ୍ଗଲୀ ଜୀବଜନ୍ତୁଙ୍କ ପ୍ରାଦୁର୍ଭାବ ବି ନାହିଁ। କେବଳ ବିଶ୍ବାସରେ ହିଁ ପିଢି ପରେ ପିଢି ଜୀବନଜୀବିକା ଚଳାଇଆସୁଛନ୍ତି ଏଠାକାର ଅଧିବାସୀ।

ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଶନି ସିଗ୍ନାପୁରରେ ମଧ୍ୟ ଅନୁରୂପ ଦୃଶ୍ୟ ପରିଲକ୍ଷିତ ହୋଇଥାଏ। ଲୋକଙ୍କ ଘରେ କବାଟ ନଥାଏ। ସେଠାରେ ପୂଜା ପାଉଥିବା ପ୍ରସିଦ୍ଧ ଶନିଦେବ ହିଁ ପ୍ରତିଟି ଘରର ଜଗୁଆଳ ବୋଲି ସେଠାକାର ଲୋକଙ୍କର ଅଗାଧ ବିଶ୍ବାସ ରହିଛି। ତେଣୁ କେହି ଭୟରେ ଚୋରି କରନ୍ତି କି ନାହିଁ କାହା ଘର କବାଟ ପଡ଼େନାହିଁ। ତେବେ ଢେଙ୍କାନାଳର ଏହି ମଝିସାହିରେ କିନ୍ତୁ ଲୋକେ କୌଣସି ଦେବଦେବୀଙ୍କ ବିଶ୍ବାସରେ ନୁହେଁ; ବରଂ ପାରସ୍ପରିକ ବିଶ୍ବାସରେ ହିଁ ଘରଗୁଡ଼ିକୁ ମୁକୁଳା ଛାଡ଼ିଦେଇଥାନ୍ତି। ସହରାଂଚଳ ହେଉ କି ଗାଁଗହଳି, କଡ଼ା ସୁରକ୍ଷାରେ ରହୁଥିବା ଘରଗୁଡ଼ିକରେ ଦିନ ଦିପହରେ କଳାକନା ବୁଲି ଯାଉଥିଲା ବେଳେ ଢେଙ୍କାନାଳ ସହରତଳି ଅଂଚଳର ଏହି ନିଆରା ଚିତ୍ର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe